ଭୁବନେଶ୍ୱର : ଅଳ୍ପକେ ବର୍ତ୍ତିଲା ଆଇନଜୀବୀଙ୍କ ଜୀବନ । ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ବଡ଼ ଦୁର୍ଘଟଣା ଘଟିଛି । ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ଫେରିଲେ ଜଣେ ଆଇନଜୀବୀ । ଦ୍ରୁତଗତିରେ ଏକ ଟ୍ରକ ଚଳନ୍ତା କାରକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଧକ୍କା ଦେଇ ଟାଣି ନେଇଥିବା ଅଭିଯୋଗ ହୋଇଛି । କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଚାଳକ ଆଇନଜୀବୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।
ସ୍ଥାନୀୟ ଲୋକମାନେ ତୁରନ୍ତ ସହଯୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଚାଳକଙ୍କ ଅବହେଳା ଓ ବେପରୁଆ ଡ୍ରାଇଭିଂ ଏହି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ରାଜଧାନୀରେ ନିରନ୍ତର ବଢ଼ୁଥିବା ସଡ଼କ ଦୁର୍ଘଟଣା ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ପୋଲିସ୍ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଏବଂ ଦାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛି ।
