Monday, October 6, 2025
27.3 C
Odisha

    ଖଣ୍ଡଗିରି ଓଭର ବ୍ରିଜ୍ ମରାମତି ଯୋଗୁ NHରେ ଲମ୍ବା ଲାଇନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ପାର୍ବଣ ପୂର୍ବରୁରେ ଅସମ୍ଭାଳ ଭିଡ । ଭିଡରେ ଉଛୁଳୁଛି ରାଜଧାନୀ । ଭୁବନେଶ୍ବର ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଓଭରବ୍ରିଜ ଉପରେ ଲାଗିଛି ଶହ ଶହ ସଂଖ୍ୟାରେ ଗାଡିର ଲମ୍ବା ଲାଇନ୍। ଓଭର ବ୍ରିଜ ଉପରେ ମରାମତି ଚାଲୁଥିବାରୁ ଏପରି ରାସ୍ତା ଜାମ ହେଉଥିବା ସୂଚନା ମିଳିଛି । ଆଚାର୍ଯ୍ୟ ବିହାର ଆଡୁ ଯାଉଥିବା ଗାଡି ଗୁଡିକ ବରମୁଣ୍ଡା ଓଭର ବ୍ରିଜ୍ ପାରି ହେବା ପରେ ଖଣ୍ଡଗିରି ପାଖରେ ଡାଇଭଟ ହୋଇ ପୁଣି ଡୁମୁଡୁମା ନିକଟରେ ଜାତୀୟ ରାଜପଥ ଚଢୁଛନ୍ତି । ଫଳରେ ବରମୁଣ୍ଡାରୁ ଡୁମୁଡୁମା ଯାଏଁ ଯିବାକୁ ଘଣ୍ଟେରୁ ଅଧିକ ସମୟ ଲାଗୁଛି ।

    ଗତକାଲି ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି । ଅଫିସ ଟାଇମ୍ ଆଉ ସନ୍ଧ୍ୟା ସମୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଫଳରେ ଲୋକମାନେ ପ୍ରବଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖଣ୍ଡଗିରିରୁ ଖୋର୍ଦ୍ଧା ଯିବା ରାସ୍ତାରେ ଏଭଳି ଅବସ୍ଥା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    27.3 ° C
    27.3 °
    27.3 °
    85 %
    1.2kmh
    65 %
    Mon
    27 °
    Tue
    29 °
    Wed
    28 °
    Thu
    28 °
    Fri
    29 °

    ସମ୍ବନ୍ଧିତ