Sunday, July 27, 2025
23.7 C
Odisha

ଖଣ୍ଡଗିରି ସିକ୍ରେଟ କାଫେରେ ଅଗ୍ନିକାଣ୍ଡ

ଆଗକୁ ପଢନ୍ତୁ

ଭୁବନେଶ୍ବର : ଭୁବନେଶ୍ବର ଖଣ୍ଡଗିରି ପାଖରେ ଜଳିଗଲା କାଫେ । ଦ୍ବିତୀୟ ମହଲାରେ ଥିବା କାଫେରେ ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ପରେ ଲୋକମାନେ ବାହାରକୁ ଆସିଯାଇଥିଲେ । ଅଗ୍ନିଶମ ବାହିନୀ ଲୋକଙ୍କୁ ଉଦ୍ଧାର ସହ ନିଆଁ ଲିଭାଇଥିଲା ।

ତେବେ ନିଆଁ ଲାଗିଥିବା କାଫେର ନାମ ସିକ୍ରେଟ ବୋଲି ଜଣାପଡିଛି । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ତେବେ ନିଆଁ ଲାଗିବା ସମୟରେ କାଫେରେ 5ରୁ 6ଜଣ ବ୍ୟକ୍ତି ରହିଥିଲେ । ହେଲେ ଅଳ୍ପକେ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ନିଆଁ ଲାଗିବା ପରେ କାଫେ ସମ୍ପୁର୍ଣ୍ଣ ଜଳିଯାଇଥିବା କହିଛନ୍ତି କାଫେ ମାଲିକ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
23.7 ° C
23.7 °
23.7 °
88 %
2.7kmh
81 %
Sat
24 °
Sun
30 °
Mon
29 °
Tue
25 °
Wed
28 °

ସମ୍ବନ୍ଧିତ