Thursday, September 19, 2024
23 C
Odisha

    ଖଣ୍ଡିଏ ଗୁଡ଼ ବଦଳାଇ ଦେବ ଭାଗ୍ୟ, କରନ୍ତୁ ଏହିସବୁ ଉପାୟ

    ଆଗକୁ ପଢନ୍ତୁ

    ଆଜିକାଲି ଆଧୁନିକ  ବିଜ୍ଞାନ ଯୁଗରେ ଚକଲେଟ ଖୁଆଇ ପାଟି ମିଠା କରାଯାଉଛି, କିନ୍ତୁ ଶୁଭ ମାଙ୍ଗଳିକ କାର୍ଯ୍ୟରେ ମାତ୍ର ଖଣ୍ଡିଏ ଗୁଡ଼ର ଅନେକ ମହତ୍ୱ ରହିଛି l ଗୁଡ଼ ସ୍ଵାଦରେ ମିଠା ଅଟେ ଏବଂ ଗୁଡ଼ ଶୁଭ ଅଟେ l ଯଦି ଆମେ ଖଣ୍ଡିଏ ଗୁଡକୁ ଏଭଳି ପ୍ରୟୋଗ କରିବା ତେବେ ଅନେକ କାର୍ଯ୍ୟରେ ସଫଳତା ମିଳିଥାଏ l ଆସନ୍ତୁ ଜାଣିବା ଖଣ୍ଡିଏ ଗୁଡ଼ କିଭଳି ବଦଳାଇ ଦେବ ଭାଗ୍ୟ –

    ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତିଦିନ ନିଜ ଦିନର ଆରମ୍ଭ ଖଣ୍ଡିଏ ଗୁଡ଼ ଖାଇ ଆରମ୍ଭ କରନ୍ତୁ l ଏହା ସହିତ ପ୍ରତ୍ୟେକ ରବିବାର ଦିନ ୮୦୦ ଗ୍ରାମ ଗୁଡ଼ ଓ ୮୦୦ ଗ୍ରାମ ଗହମ ମନ୍ଦିରରେ ଦାନ କରନ୍ତୁ , ସୂର୍ଯ୍ୟଦେବ ଶାନ୍ତି ହେବେ l

    ଆର୍ଥିକ ସ୍ଥିତିରେ ଯଦି କିଛି ଅସୁବିଧା ଦେଖା ଦେଉଛି ତେବେ ଖଣ୍ଡିଏ ଗୁଡ଼କୁ ନାଲି କପଡାରେ ଗୋଟିଏ ମୁଦ୍ରାରେ ବାନ୍ଧି ଦିଅନ୍ତୁ l ଏହାପରେ ଏହାକୁ ମା ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ ରଖି ଦିଅନ୍ତୁ l ପ୍ରତିଦିନ ବିଧିବଦ୍ଧ ଭାବରେ ପୂଜା କରନ୍ତୁ l ପଞ୍ଚମ ଦିନ ମା’ଙ୍କୁ ଆରାଧନା କରି ଏହାକୁ ଘରେ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l

    ଯଦି ଋଣଭାରରେ ସ୍ଥିତି ଅସମ୍ଭାଳ ହେଉଛି ତେବେ ଖଣ୍ଡିଏ ହଳଦିଆ କପଡା ରେ ୭ଟି ହଳଦୀ ଖଣ୍ଡ ଓ ସାମାନ୍ୟ ଗୁଡ଼କୁ ବାନ୍ଧି ଦିଅନ୍ତୁ l ଏହାପରେ ତାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ପଇସା ରଖୁଛନ୍ତି  ଏବଂ ୨୧ ଦିନ ପରେ ଏହି କପଡା କୁ କୌଣସି ପ୍ରବାହିତ ହେଉଥିବା ଜଳରେ ଭସାଇ ଦିଅନ୍ତୁ l ଋଣ ଭାର ରୁ ମୁକ୍ତି ମିଳିବ l

    ଯଦି ବଡ ଚାକିରୀ କିମ୍ବା ପ୍ରମୋସନ କ୍ଷେତ୍ରରେ ଅସଫଳ  ପ୍ରତିଦିନ ଘରର ପ୍ରଥମ ରୁଟି ଓ ଖଣ୍ଡିଏ ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ l ନିଶ୍ଚିନ୍ତ ସଫଳତା ପାଇବେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ