ଆଗକୁ ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି । ଯେଉଁ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଜଳୀୟ ଅଂଶ ଅଭାବରୁ ନାନାଦି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଏଥିପାଇଁ ସତର୍କ ରହିବା ନିହାତି ଜରୁରୀ । ଯାହା ଦ୍ବାରା ଆପଣ ସୁସ୍ଥ ଶରୀର ଗଠନ କରିପାରିବେ । ଶରୀରକୁ ସୁସ୍ଥ ରଖିବାକୁ କିଏ ବା ନ ଚାହେଁ । ବିଶେଷ କରି ଗରମ ଦିନରେ ଶରୀରରେ ଜଳୀୟ ଅଂଶକୁ ଠିକ୍ ରଖିବା ପାଇଁ ଲୋକମାନେ ଅତ୍ୟଧିକ ଫଳ ଖାଇଥାଆନ୍ତି ।
ସମୟ ବଦଳିବା ସହିତ ଲୋକଙ୍କ ଖାଇବା ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନ ସମସ୍ତେ ନିଜ ଡାଏଟ ଲିଷ୍ଟରେ ଫଳକୁ ଆଡ୍ କରୁଛନ୍ତି । ଅଧିକାଂଶ ସମୟରେ ଜିମ୍ ଟେନରମାନେ ମଧ୍ୟ ଫଳ ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ହେଲେ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ଫଳରେ ମିନେରାଲ୍ସ ଓ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ । ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯାହା ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି କୁହାଯାଏ । ପ୍ରତିଦିନ ଫଳ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରିତରୋଧକ ଶକ୍ତି ମଧ୍ୟ ବଢିଥାଏ । ଫଳ ମଧ୍ୟ ଆମ ଶରୀର ପାଇଁ ଆବଶ୍ୟକ । କିନ୍ତୁ ଏମିତି କିଛି ଫଳ ରହିଛି ଯାହାକୁ କିଛି ସମୟରେ ଖାଇବା ଦ୍ବାରା ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାଏ । ଆପଣ ଜାଣିଛନ୍ତି କି ଗ୍ରୀଷ୍ମଋତୁରେ କେଉଁ ଫଳକୁ ଅତ୍ୟଧିକ ଖାଇବା ଦ୍ବାରା କଣ ସବୁ କ୍ଷତି ହୋଇଥାଏ । ତେବେ ଆସନ୍ତୁ ସେହି ୫ଟି ଫଳ ବିଷୟରେ ଜାଣିବା ।
ଲିଚୁ : ଲିଚୁ କୋଳି ଖାଇବାକୁ ସାଧାରଣତଃ ସମସ୍ତେ ଭଲପାଆନ୍ତି । ବିଶେଷ କରି ଖରାଦିନେ ଲିଚୁ କୋଳି ଦେଖିଲେ ପାଟିରେ ପାଣି ମଧ୍ୟ ଆସିଯାଏ । ଏଥିରେ ସୁଗାରର ମାତ୍ରା ଅଧିକ ଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ଝାଡା ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ ।
ସପୁରୀ : ଖଟା ମିଠାକୁ ପସନ୍ଦ କରୁଥିବା ଲୋକେ ସପୁରୀ ଖାଇବା ପାଇଁ ବେଶ ଭଲ ପାଆନ୍ତି । ସପୁରୀରେ ଖଟା ଅଂଶ ଥିବାରୁ ଏସିଡିଟି ଏବଂ ପେଟ ଜଳାପୋଡା ଭଳି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଯଦି ଆପଣ ସପୁରୀ ଅଧିକ ଖାଆନ୍ତି ତେବେ ପେଟ ଜନିତ ସମସ୍ୟା ହୋଇପାରେ ।
ତରଭୁଜ : ଖରାଦିନରେ ତରଭୁଜ ଖାଇଦେଲେ ଆତ୍ମାକୁ ଶାନ୍ତି ମିଳିଥାଏ । ତରଭୁଜ ଏକ ଏଭଳି ଫଳ ଯାହାକୁ ଖାଇବା ଦ୍ବାରା ଭୋକ ଓ ଶୋଷକୁ ମେଣ୍ଟାଇଦେଇଥାଏ । ଏହା ଡାଇବେଟିସ୍ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ଆଦୌ ଉପଯୋଗୀ ନୁହେଁ ।
କଖାରୁ : କଖାରୁରେ ଅନେକ ଭିଟାମିନ ଭରପୁର ରହିଥାଏ । କଖାରୁର ଅଧିକ ବ୍ୟବହାର ଦ୍ବାରା ପେଟ ବଥା ହୋଇଥାଏ । ସେଥିପାଇଁ ଖରା ଦିନେ ଅଧିକ କଖାରୁ ଖାଇବା ଠିକ ନୁହେଁ ।
ଆମ୍ବ : ଫଳ ଭିତରେ ଆମ୍ବକୁ ରାଜା ବୋଲି କୁହାଯାଏ । ଆମ୍ବ ଖାଇବାକୁ ସମସ୍ତେ ଖୁବ ଭଲପାଆନ୍ତି । କିନ୍ତୁ ଏଥିରେ ମିଠା ଅଂଶ ଅଧିକ ଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
ଅମୃତଭଣ୍ଡା : କଞ୍ଚା ଅମୃତଭଣ୍ଡାକୁ ଆମେ ରୋଷେଇରେ ବ୍ୟବହାର କରିଥାଉ । ସେହିଭଳି ପାଚିଲା ଅମୃତଭଣ୍ଡା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । କିନ୍ତୁ ଏହାର ଅଧିକ ସେବନ ଦ୍ବାରା ପେଟ ଗରମ ହୋଇଥାଏ । ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇପାରେ । ସେଥିପାଇଁ ଖରାଦିନେ ଏହି ସବୁ ଫଳ ଅଧିକ ଖାଇବା ଉଚିତ ନୁହେଁ ।
ଫଳ ଖାଇବା ଆମ ଶରୀର ପାଇଁ ଫଳପ୍ରଦ ହୋଇଥାଏ । କିନ୍ତୁ କିଛି ଫଳକୁ ଖରାଦିନେ ଖାଇବାକୁ ବାରଣ କରାଯାଇଛି । ତେଣୁ ଖରାଦିନେ ଏହି ସବୁ ଫଳ ଖାଇବାରୁ ଦୂରେଇ ରୁହନ୍ତୁ ।

