Tuesday, April 7, 2026
31.9 C
Odisha

    ଖରାଦିନେ ଖାଆନ୍ତୁ ପୋଟଳ,ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଚାଲିଛି ଖରା ଦିନ । ଏହି ଋତୁରେ ପ୍ରାୟତଃ ଅନେକ ପ୍ରକାରର ପନିପରିବା ମିଳିଥାଏ । ତେବେ ଏହି ସମସ୍ତ ପନିପରିବା ମଧ୍ୟରେ ପୋଟଳ ହେଉଛି ଲୋକମାନଙ୍କର ଏକ ପ୍ରିୟ ପରିବା । ସୁସ୍ଥ ଶରୀର ପାଇଁ ଋତୁ ଅନୁଯାୟୀ ପନିପରିବା ଖାଇବା ଲାଭଦାୟକ ହୋଇଥାଏ । ଖାସ୍ କରି ଖରାଦିନେ ପୋଟଳ ସହଜରେ ମିଳିଯାଏ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରନ୍ତି । ତେବେ ପୋଟଳରେ ଆପଣମାନେ ଏହାର ଭଜା କିମ୍ବା ତରକାରୀ ତିଆରି କରିପାରିବେ । ଋତୁ ଅନୁଯାୟୀ କିଛି ପରିବାର ବଜାରରେ ଖୁବ ଚାହିଦା ରହିଥାଏ । ଖରାଦିନେ ପୋଟଳ ଖାଇବାର ମଜା କିଛି ଭିନ୍ନ ରହିଥାଏ । ପୋଟଳ ଖାଇବାକୁ ଭଲ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ । ପୋଟଳରେ ଭଲ ପରିମାଣର ଭିଟାମିନ୍ ଭିଟାମିନ୍ A, ଭିଟାମିନ୍ B1ଏବଂ ଭିଟାମିନ୍ B2, ଭିଟାମିନ୍ C ରହିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ପୋଟଳ ମଧ୍ୟ ଉପକାରୀ ବୋଲି ବିବେଚନା କରାଯାଏ । ଏହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର କମ୍ ହୋଇଥାଏ । ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି। ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ପୋଟଳର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

    ପୋଟଳ ଖାଇବାର ଉପକାରିତା :

    ଡାଇବେଟିସ୍ ପାଇଁ ଲାଭଦାୟକ : ପୋଟଳ ଡାଇବେଟିସ୍ରେ ଉପକାରୀ ବୋଲି ବିବେଚନା କରାଯାଏ । ପାଟୋଲ ପତ୍ରରୁ ପ୍ରସ୍ତୁତ ଜିନିଷ ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର କମିବା ଆରମ୍ଭ ହୁଏ ଏବଂ ଶରୀରରେ ଫୁଲା ମଧ୍ୟ କମିଯାଏ । ତେଣୁ ମଧୁମେହ ରୋଗୀଙ୍କୁ ବିଶେଷ କରି ପୋଟଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

    ପେଟ ପାଇଁ ଲାଭଦାୟକ : ପୋଟଳ ଖାଇବା ଦ୍ୱାରା ହଜମ ଶକ୍ତି ଭଲ ହୋଇଥାଏ । ପୋଟଳ ହେଲଦି ଫାଇବରରେ ଭରପୂର ହୋଇଥାଏ, ଯାହା ହଜମ ଶକ୍ତିକୁ ମଜବୁତ କରିଥାଏ । ଭଲ ପରିମାଣର ଫାଇବର ରହିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ପୋଟଳ ଖାଇବା ପେଟର ପାକସ୍ଥଳୀ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ପୋଟଳ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ପୋଟଳର ମଞ୍ଜିରେ କୋଷ୍ଠକାଠିନ୍ୟ ଓ ପାଚନ କ୍ରିୟା ସହ ଜଡିତ ସମସ୍ୟାକୁ ଦୂର କରିବାର ଗୁଣ ରହିଛି ।

    ଓଜନ କମ୍ କରେ : ପୋଟଳ ହେଉଛି ଏକ ଏପରି ପନିପରିବା ଯାହା କ୍ୟାଲୋରୀ ଏବଂ ଫ୍ୟାଟ୍ କମ୍ କରିପାରେ । ସେଥିପାଇଁ ଓଜନ କମ୍ କରିବା ପାଇଁ ପୋଟଳ ବ୍ୟବହାର କରିପାରିବେ । ଏଥିରେ ମିଳୁଥିବା ଫାଇବର ଉପାଦାନ ଓଜନ କମ୍ କରିବାରେ ସହଜ କରିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ ହୁଏ ନାହିଁ ।

    ହାର୍ଟ ପାଇଁ ଲାଭଦାୟକ : ପୋଟଳ ମଧ୍ୟ ହାର୍ଟ ପାଇଁ ଏକ ଉପକାରୀ ପନିପରିବା । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପଲିଫେନୋଲ୍ ଅକ୍ସିଡେଟିଭ୍ ଷ୍ଟ୍ରେସ୍କୁ କମ୍ କରିଥାଏ । ଏହା ଶରୀରର ଫୁଲା କମାଇପାରେ । ପୋଟ ପୋଟାସିୟମ ଏବଂ ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ