Friday, May 22, 2026
34.5 C
Odisha

    ଖରାଦିନେ ଜାମୁକୋଳିର ଚମତ୍କାରୀ ସ୍ବାସ୍ଥ୍ୟ ଲାଭ

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ଫଳରେ କିଛି ନା କିଛି ଔଷଧୀୟ ଗୁଣ ରହିଛି । ବର୍ତ୍ତମାନ ସମୟରେ ପିଜା, ବର୍ଗର ଏବଂ ଜଙ୍କ୍ ଫୁଡ୍ ଭଳି ଖାଦ୍ୟକୁ ସମସ୍ତେ ଖାଇବାକୁ ଖୁବ୍ ପସନ୍ଦ କରୁଛନ୍ତି । କିନ୍ତୁ  ଦେହକୁ ହିତକାରୀ ଫଳ ଖାଇବାକୁ ଅଣଦେଖା କରୁଛନ୍ତି । ସେହିପରି ଜାମୁକୋଳି ଏଭଳି ଏକ ଫଳ । ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ । ବିଶେଷ କରି ଏହି ଫଳ ଖରାଦିନ ପାଇଁ ଖୁବ୍ ଗୁଣକାରୀ ବୋଲି ସାବ୍ୟସ୍ତ ହୋଇଛି ।

    ଏହା ଆଖିକୁ ଯେତିକି ସୁନ୍ଦର ଦିଶିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ । ଆୟୁର୍ବେଦରେ ଏହାକୁ ଔଷଧ ଭାବେ ବିବେଚନା କରାଯାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍, କ୍ୟାଲସିୟମରେ ଭରପୂର । ଏଥିରେ ଶରୀର ପାଇଁ ଆବଶ୍ୟକ ଅନ୍ୟାନ୍ୟ ପୋଷକ ତତ୍ତ୍ବ ମଧ୍ୟ ରହିଛି । ଯାହା ଅନେକ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଏହାକୁ ଖରାଦିନେ ଖାଇବା ଦ୍ବାରା କେଉଁ ସବୁ ଲାଭ ମିଳିଥାଏ ସେ ସମ୍ପର୍କରେ ଜାଣିବା ।

    ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ : ଡାଇବେଟିସ୍ ରୋଗୀଙ୍କ ପାଇଁ ଜାମୁକୋଳି ବରଦାନ ସଦୃଶ ହୋଇଥାଏ । ଏଥିରେ ଜାମ୍ବୋଲାଇନ୍ ନାମକ ଏକ ତତ୍ତ୍ବ ଥାଏ । ଯାହା ଷ୍ଟାର୍ଚକୁ ସୁଗାରରେ ପରିଣତ କରିବାକୁ ରୋକିଥାଏ । କେବଳ ଫଳ ନୁହେଁ ବରଂ ଏହାର ମଞ୍ଜିର ପାଉଡର ମଧ୍ୟ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ ।

    ପେଟ ସମସ୍ୟାରୁ ମୁକ୍ତି ଦିଏ : ଖରାଦିନେ ସାଧାରଣତଃ ପାଚନ ପ୍ରକ୍ରିୟା କମ୍ ହୋଇଥାଏ । ଫଳରେ ଗ୍ୟାସ୍, ବଦହଜମୀ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦିଏ । ଜାମୁକୋଳିରେ ଫାଇବର ଏବଂ କପର ଥିବାରୁ ଏହା ପାଚନ କ୍ରିୟାକୁ ମଜବୁତ କରେ । ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

    ନ୍ୟାଚୁରାଲ ଗ୍ଲୋ ଆଣେ : ଜାମୁକୋଳିରେ ପ୍ରଚୁର ପରିମାଣର ଭିଟାମିନ୍ C ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଯାହା ଖରା ଗରମରୁ ସୂର୍ଯ୍ୟର କ୍ଷତିକାରକ ରଶ୍ମିରୁ ରକ୍ଷା କରି ନ୍ୟାଚୁରାଲ ଗ୍ଲୋ ଦେଇଥାଏ । ଏଥିସହ ଏହା ଖାଇବା ଦ୍ବାରା ରକ୍ତକୁ ସଫା ରଖେ । ତେଣୁ ବ୍ରଣ, ଦାଗ ଦୂର କରି ମୁହଁରେ ନ୍ୟାଚୁରାଲ ଗ୍ଲୋ ଆଣିବାରେ ସାହାଯ୍ୟ କରେ ।

    ହାର୍ଟ ପାଇଁ ଲାଭକାରୀ : ଏଥିରେ ପୋଟାସିୟମ୍ ଭରପୂର ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ନିୟମିତ ଏହାକୁ ଖାଇବା ଦ୍ବାରା ଧମନୀକୁ ସୁସ୍ଥ ରଖିବା ସହିତ ହାର୍ଟ ଷ୍ଟ୍ରୋକର ଆଶଙ୍କାକୁ କମ୍ କରିଥାଏ ।

    ଇମ୍ୟୁନିଟି ଏବଂ ହିମୋଗ୍ଲୋବିନ୍ ବୃଦ୍ଧି କରେ : ଗରମ ଯୋଗୁଁ ଆମେ ଶୀଘ୍ର ଦୁର୍ବଳତାର ଶିକାର ହୋଇଥାଏ । ତେଣୁ ଇମ୍ୟୁନିଟି ପାୱାରକୁ ବଢାଇବା ପାଇଁ ଜାମୁକୋଳି ଖୁବ୍ ଭଲ ବିକଳ୍ପ । ଏଥିରେ ଥିବା ଆଇରନ୍ ହିମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରେ । ଯାହା ରକ୍ତହୀନତା ଦୂର କରିବାରେ ସାହାଯ୍ୟ କରେ। ଏହା ସହିତ, ଏହାର ଭିଟାମିନ୍ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34.5 ° C
    34.5 °
    34.5 °
    36 %
    1.6kmh
    11 %
    Fri
    45 °
    Sat
    44 °
    Sun
    45 °
    Mon
    45 °
    Tue
    45 °

    ସମ୍ବନ୍ଧିତ