Friday, May 22, 2026
34.5 C
Odisha

    ବାରମ୍ବାର କାହିଁକି ଗର୍ଭ ନଷ୍ଟ ହୋଇଥାଏ, ଜାଣନ୍ତୁ ଏହାର କାରଣ ଓ ସମାଧାନ

    ଆଗକୁ ପଢନ୍ତୁ

    ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ । ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି । ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ । ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ । ଦୁନିଆରେ ପ୍ରତି ୧୦ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭପାତ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଗର୍ଭପାତର ସବୁଠାରୁ ବଡ଼ କାରଣ କ’ଣ, ଯାହାଦ୍ୱାରା ଏହାକୁ ଏଡ଼ାଇ ଦିଆଯାଇପାରିବ ।

    ଗର୍ଭପାତର ମୁଖ୍ୟ କାରଣ କ’ଣ?
    ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥାର ପ୍ରଥମ ତ୍ରୈମାସିକରେ ଗର୍ଭପାତ ହେବାର ସବୁଠାରୁ ବଡ଼ କାରଣ ହେଉଛି ଭ୍ରୂଣରେ କ୍ରୋମୋସୋମାଲ ଅସ୍ୱାଭାବିକତା, ମଧୁମେହ, ଥାଇରଏଡ ସମସ୍ୟା, ମୋଟାପଣ ଏବଂ ପିସିଓଡି । ନିଶା ମଧ୍ୟ ଏକ କାରଣ ହୋଇପାରେ । ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, ପ୍ଲାସେଣ୍ଟା ଏବଂ ସର୍ଭିକ୍ସ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ତେବେ ଏହାର ତିନୋଟି ମୁଖ୍ୟ କାରଣ ହୋଇପାରେ ।

    ଜେନେଟିକ୍‌ ଡିଫେକ୍ଟ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ଗର୍ଭାଶୟରେ କୌଣସି ସମସ୍ୟା ଥିଲେ, ଗର୍ଭ ନଷ୍ଟ ହୋଇଯାଇଥାଏ । ତେବେ ଗର୍ଭଧାରଣ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସ୍‌କ୍ୟାରେଜ୍‌ ହେବାର ଆଶଙ୍କା ଅଧିକ ଥାଏ । ଏବେ ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମଧ୍ୟ ମିସ୍‌ କ୍ୟାରେଜ ଅଧିକ ହେଉଛି । ଗର୍ଭପାତ ହେବା ପୂର୍ବରୁ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦିଏ । ତେବେ ପ୍ରଥମ ତିନି ମାସରେ ଶୁକ୍ରାଣୁ ଏବଂ ଡିମ୍ବାଣୁରେ କିଛି ସମସ୍ୟା, ସଂକ୍ରମଣ, ଗର୍ଭସ୍ଥ ଶିଶୁକୁ ରକ୍ତ ସଂଚାରଣ ହୋଇ ନ ପାରିବା କାରଣରୁ ଗର୍ଭନଷ୍ଟ ହୋଇପାରେ ।

    ଗର୍ଭରେ ଅସ୍ୱାଭାବିକତା
    ଡାକ୍ତରଙ୍କ କହିବା ଅନୁଯାୟୀ, ଗର୍ଭପାତ ହେବାର ମୁଖ୍ୟତଃ ତିନୋଟି କାରଣ ରହିଛି: ଗର୍ଭରେ ଅସ୍ୱାଭାବିକତା, ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆଖପାଖ ପରିବେଶ । ଯେତେବେଳେ ଭ୍ରୂଣରେ ଏକ ପ୍ରକାର କ୍ରୋମୋଜୋମାଲ ଅସ୍ୱାଭାବିକତା ଦେଖାଯାଏ, ଗର୍ଭପାତ ହେବାର ଆଶଙ୍କା ଅଧିକ ଥାଏ ।

    ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା
    ଯଦି କୌଣସି ମହିଳାଙ୍କର ହର୍ମୋନ ଅସନ୍ତୁଳନ, ଥାଇରଏଡ କିମ୍ବା ମଧୁମେହ ଭଳି ସମସ୍ୟା ଥାଏ ତେବେ ଗର୍ଭପାତ ହେବାର ଆଶଙ୍କା ରହିଥାଏ । ଟକ୍ସୋପ୍ଲାଜମୋସିସ୍, ରୁବେଲା, ସାଇଟୋମେଗାଲୋ ଭାଇରସ୍ ବା ହର୍ପିସ୍ ଭଳି ସଂକ୍ରମଣ ଯୋଗୁଁ ଗର୍ଭବତୀ ମହିଳାମାନଙ୍କର ଗର୍ଭପାତ ହେବାର ଆଶଙ୍କା ଅଧିକ ଥାଏ । ଟି ଆକୃତିର ଗର୍ଭାଶୟ, ଦୁର୍ବଳ ସର୍ଭିକ୍ସ, ଫାଇବ୍ରଏଡ, ହୃଦୟ ଓ କିଡନୀ ରୋଗ ଏବଂ ରକ୍ତ ଜମାଟ ହେବା ଭଳି ରୋଗ ମଧ୍ୟ ଗର୍ଭପାତର କାରଣ ହୋଇପାରେ ।

    ପରିବେଶ ଗତ କାରଣ
    କେତେକ ଔଷଧ ଗର୍ଭପାତର କାରଣ ମଧ୍ୟ ହୋଇପାରେ । ଏହାବ୍ୟତୀତ ପ୍ରଦୂଷଣ, ବିଷାକ୍ତ ଗ୍ୟାସ୍ ଏବଂ ପାରଦ ଭଳି କ୍ଷତିକାରକ ପଦାର୍ଥ ର ସଂସ୍ପର୍ଶରେ ଆସିବା ସହ ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଗର୍ଭପାତ ହେବାର ଆଶଙ୍କା ବଢିଯାଏ ।

    ଗର୍ଭନଷ୍ଟ ରୋକିବାର ଉପାୟ
    ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଏବଂ ଗର୍ଭବତୀ ହେବା ସମୟରେ ଫଲିକ୍‌ ଏସିଡ୍‌ ଏବଂ ଅନ୍ୟ ଭିଟାମିନ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ । ରକ୍ତ ଶର୍କରା ଓ ଥାଇରଏଡ୍‌ ପରୀକ୍ଷା କରାଇବା ନିହାତି ଆବଶ୍ୟକ । କିଛି ପୁରୁଣା ରୋଗ ଯୋଗୁଁ ମଧ୍ୟ ଗର୍ଭନଷ୍ଟର ଆଶଙ୍କା ବଢ଼ିପାରେ, ଏପରିସ୍ଥିତିରେ ଟିକାକରଣ ଜରୁରି । ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34.5 ° C
    34.5 °
    34.5 °
    36 %
    1.6kmh
    11 %
    Fri
    45 °
    Sat
    44 °
    Sun
    45 °
    Mon
    45 °
    Tue
    45 °

    ସମ୍ବନ୍ଧିତ