Saturday, May 9, 2026
38.5 C
Odisha

    ଖରାଦିନେ ପିଅନ୍ତୁ ଏହି ଡ୍ରିଙ୍କ୍ସ , ନିୟମିତ ପିଇଲେ ମିଳିବ ସ୍ୱାସ୍ଥ୍ୟଗତ ଲାଭ

    ଆଗକୁ ପଢନ୍ତୁ

    ଗ୍ରୀଷ୍ମଋତୁ ପାଇଁ ଖରା ଗରମ ଅତ୍ୟଧିକ ମାତ୍ରାରେ ହେଉଛି । ଖରାଦିନ ଆସିବା ମାତ୍ରେ ଅନେକ ପ୍ରକାର ସମସ୍ୟା ଶରୀରରେ ଦେଖାଦେଇଥାଏ । ଖରା ଗରମ ଏବଂ ଖରାର ତାପରୁ ରକ୍ଷା ପାଇବା  ବ୍ୟତୀତ  ଆମେ ଶରୀରରେ ଟ୍ୟାନ ନଆସିବା ପାଇଁ ଫୁଲ୍ ଡ୍ରେସର ବ୍ୟବହାର କରିଥାଉ । ଖରାକୁ ବାହାରିବା ପୂର୍ବରୁ ଆମେ ସ୍କିନ୍ କେୟାର ମଧ୍ୟ କରି ଘରୁ ବାହାରି ଥାଉ ।

    ଏହା ଛଡା ଖରା ଗରମ ପାଇଁ କିଛି ଥଣ୍ଡା ଜାତୀୟ ଜିନିଷ ଆମ ଶରୀରକୁ ଦରକାର ହୋଇଥାଏ ।  ଥଣ୍ଡା ଜାତୀୟ ଅର୍ଥ ନୁହେଁ ଥଣ୍ଡାପାଣି, କୋଲଡ୍ରିଙ୍କ୍ସ ଏବଂ ଆଇସ୍କ୍ରିମ୍ । ଏହା କିନ୍ତୁ ଆମ ପେଟକୁ ଥଣ୍ଡା ରଖିବା ପରିବର୍ତ୍ତେ ଗରମ କରିଥାଏ ।  ଯାହାର କୁପ୍ରଭାବ ଆମ ଶରୀରରେ ପଡିଥାଏ । ଖରାଦିନ ପାଇଁ ଦହି, ଆଖୁ ରସ, ଫଳ ଜୁସ୍, ନଡିଆ ପାଣି ଆମକୁ ଅନେକ ଲାଭ ଦେଇଥାଏ । ଏହି ସବୁ ବ୍ୟତୀତ ଗ୍ରୀଷ୍ମ ଋତୁରେ ବଟରମିଲ୍କ ମଧ୍ୟ ଶରୀର ଉପରେ ଏବଂ ପେଟ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।

    ବଟରମିଲ୍କ ପିଇବା ଦ୍ବାରା ସତେଜତା ଅନୁଭବ ହୋଇଥାଏ । ଏଥିରେ ଭିଟାମିନ୍ ଏ, ବି, ସି ଏବଂ ଇ ଭଳି ଅନେକ ପ୍ରକାରର ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ଅନେକ ଲାଭଦାୟକ ହୋଇଥାଏ । ଏହା ପିଇବା ଦ୍ବାରା ହାଇ ବ୍ଲଡପ୍ରେସରକୁ ଦୂର କରିଥାଏ । କୋଲେଷ୍ଟ୍ରୋଲକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ଯାହା ଫଳରେ ଏହାକୁ ଶରୀର ପାଇଁ ଲାଭପ୍ରଦ ବୋଲି ବିବେଚନା କରାଯାଏ । ଖରାଦିନରେ ଆମ ଶରୀରରେ ଏହା  କେଉଁ ସବୁ ପ୍ରଭାବ ପକାଇଥାଏ ତେବେ ଆସନ୍ତୁ ଜାଣିବା ।

    ବଟରମିଲ୍କର ଫାଇଦା :

    ହାଇଡ୍ରେଟ୍ ରଖେ : ଗ୍ରୀଷ୍ମ ଋତୁରେ ସାଧାରଣତଃ ଇଲୋକ୍ଟ୍ରୋନିକ୍ସର ଅଭାବ ଦେଖାଦେଇଥାଏ । ଏହା ପିଇବା ଦ୍ବାରା ଶରୀରକୁ ହାଇଡ୍ରେଟ କରି ରଖିଥାଏ । ଏହା ଶରୀରରେ ଜଳୀୟ ଅଂଶକୁ ମଧ୍ୟ ଠିକ୍ ରଖିବାରେ ସହାୟତା କରିଥାଏ ।

    ଶୀତଳତା ପ୍ରଦାନ କରେ : ବଟରମିଲ୍କ ପ୍ରାକୃତିକ ଭାବେ ଶରୀରରେ ଶୀତଲତା ପ୍ରଦାନ କରିଥାଏ । ଯାହା ଖରାଦିନ ପାଇଁ ଏନର୍ଜି ଡ୍ରିଙ୍କସ ଭାବେ ଶରୀରରେ କାମ କରିଥାଏ । ଏହା ବ୍ୟତୀତ ଖରା ଗରମରୁ ମଧ୍ୟ ମୁକ୍ତି ମିଳିଥାଏ ।

    ସଠିକ୍ ପାଚନ କରେ : ଖରା ଗରମ କାରଣରୁ ଖାଇବା ପିଇବାରେ ପରିବର୍ତ୍ତନ ଦେଖାଦେଇଥାଏ । ଯାହା ଫଳରେ ପାଚନ ପ୍ରକ୍ରିୟା ଠିକ୍ ଭାବେ ହୋଇନଥାଏ । ଏଥିରେ ପ୍ରୋବାୟୋଟିକ ଗୁଣ ଥିବାରୁ ହଜମ ପ୍ରକ୍ରିୟାକୁ ବଢାଇଥାଏ । ଏହା କୋଷ୍ଠକାଠିନ୍ୟ ଏବଂ ପେଟ ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ ।

    ପୁଷ୍ଟିସାରରେ ଭରପୁର : ଏଥିରେ ଉପଯୁକ୍ତ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ଏହା କ୍ୟାଲସିୟମ, ଭିଟାମିନ୍ ବି ରାଇବୋଫ୍ଲାଇନର ଏକ ଭଲ ଉତ୍ସ ହୋଇଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ ।

    ଓଜନ ହ୍ରାସ କରେ : ଏଥିରେ କ୍ୟାଲୋରୀ ମାତ୍ରା କମ ଥିବା ଯୋଗୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।  ଏଥିରେ ପ୍ରୋଟିନ ମଧ୍ୟ ରହିଥାଏ । ଯାହା ପେଟକୁ ଫୁଲ ରଖିଥାଏ  ।

    ହାଡ଼କୁ ମଜବୁତ କରେ : କ୍ୟାଲସିୟମ ଅଭାବରୁ ହାଡ ଦୁର୍ବଳ ହୋଇଯାଏ । କିନ୍ତୁ ଏହା ଖାଇବା ଦ୍ୱାରା ମଜବୁତ ହାଡ଼ ଗଠନରେ ସହାୟତା କରିଥାଏ । କାରଣ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ  ।

    ଏସିଡିଟିକୁ କମ୍ କରେ : ଅନେକ ସମୟରେ ଆମେ ଏସିଡିଟି ଭଳି ସମସ୍ୟାକୁ ସାମ୍ନା କରିଥାଉ । କିନ୍ତୁ ଏହା ପିଇବା ଫଳରେ ଏସିଡିଟି ଭଳି ସମସ୍ୟାରୁ ସହଜରେ ମୁକ୍ତି ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.5 ° C
    38.5 °
    38.5 °
    21 %
    4.1kmh
    18 %
    Sat
    33 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ