Friday, May 8, 2026
25.4 C
Odisha

    ୪ ଗ୍ରାମବାସୀଙ୍କୁ ପୋଲିସର ଅଟକ ପରେ ଥାନାରେ ଉତ୍ତେଜନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଯୁବକଙ୍କୁ ପିଟିପିଟି ହତ୍ୟା ପରେ ବାଲିଅନ୍ତା ଥାନାରେ ଉତ୍ତେଜନା । ୪ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖିବା ପରେ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନା ଲାଗି ରହିବା ପରେ ପୋଲିସ କମିସନର ଏସ ଦେବଦତ୍ତ ସିଂ ଓ ଅତିରିକ୍ତ ଡିସିପି ନରସିଂହ ଭୋଳ ଥାନାରେ ପହଞ୍ଚିଛନ୍ତି । ଡିସିପି ଜଗମୋହନ ମୀନା ମଧ୍ୟ ସେଠାରେ ଅଛନ୍ତି । ଗାଁରୁ ୪ ଅଭିଯୁକ୍ତଙ୍କୁ ବାଲିଅନ୍ତା ପୋଲିସ ଉଠାଇ ଆଣିଲା ପରେ ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ହୋହଲ୍ଲା ହୋଇଥିଲା । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ରାସ୍ତାରେ ଜିଆରପି କନେଷ୍ଟବଳଙ୍କୁ ପିଟିପିଟି ମାରିଦେଇଥିଲେ ଲୋକେ ।

    ମୃତକଙ୍କ ନାଁ ସୌମ୍ୟରଞ୍ଜନ ସ୍ୱାଇଁ ଓ ଓଲଟପୁର ଥାନା ମୌରାପୁରରେ ବୋଲି ଜଣାପଡ଼ିଛି। ସୌମ୍ୟଙ୍କ ସହ ଗାଡ଼ିରେ ଯାଉଥିବା ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସୌମ୍ୟ ବାଇକରେ ଆସୁଥିବା ବେଳେ ଭିଙ୍ଗାରପୁର ଅଞ୍ଚଳର ଦୁଇ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ଗାଡ଼ି ଧକ୍କାକୁ ବିରୋଧ କରିଥିଲେ ଯୁବତୀ। ଏହି ଘଟଣାକୁ କେନ୍ଦ୍ର କରି ରାସ୍ତା ଉପରେ ଯୁବତୀଙ୍କୁ ସଂପୃକ୍ତ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ରାସ୍ତା ଉପରେ ହଙ୍ଗାମା ପରେ ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ପିଟିଥିଲେ ଉତ୍ୟକ୍ତ ଲୋକେ। ଏବେ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.4 ° C
    25.4 °
    25.4 °
    85 %
    1.4kmh
    75 %
    Fri
    38 °
    Sat
    40 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ