Tuesday, February 10, 2026
14 C
Odisha

    ଖରାଦିନେ ଫ୍ରିଜ୍ ପାଣି ନୁହେଁ ପିଅନ୍ତୁ ମାଟି ହାଣ୍ଡି ପାଣି, ଦେହକୁ ରଖିବ ସୁସ୍ଥ

    ଆଗକୁ ପଢନ୍ତୁ

    ପାଖେଇ ଆସୁଛି ଗ୍ରୀଷ୍ମ ଋତୁ  । ଏହି ଋତୁରେ ଯେତେବେଳେ ଆମେ ବାହାରକୁ ଯାଆନ୍ତି ବହୁତ୍ ଗରମ ଅନୁଭବ କରିଥାନ୍ତି । ଏହା ସହିତ ଘରେ ଆସି ପହଞ୍ଚିବା ମାତ୍ରେ ପ୍ରଥମେ ଫ୍ରିଜରୁ ପାଣି କାଢି ପିଇଥାଉ । ହେଲେ ଆପଣମାନେ ଜାଣନ୍ତି ନାହିଁ ଯେ ଏହି ଅଭ୍ୟାସ୍ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ । ଏହି ଅଭ୍ୟାସ୍ ଦ୍ବାରା ଥଣ୍ଡା, କାଶ, ଛିଙ୍କ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସହିତ ହେଲ୍ଥ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଥଣ୍ଡା ପାଣି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏପରି ପରିସ୍ଥିତିରେ ଆମେ କ’ଣ କରିବା ଉଚିତ୍ ତାହା ଆସନ୍ତୁ ଜାଣିବା ।

    ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଆଗରୁ ମାଟି ପାତ୍ରରେ ପାଣି ପିଆଯାଏ । ଏହି ପାଣି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରି ହୋଇଥାଏ । ହେଲେ ବର୍ତ୍ତମାନର ଲୋକମାନେ ଫ୍ରିଜରୁ ପାଣି ପିଇ ନିଜ ସ୍ୱାସ୍ଥ୍ୟକୁ ଖରାପ କରିବାରେ ଲାଗିଛନ୍ତି । ହେଲେ ଆପଣମାନେ ନିଶ୍ଚିତ ଭାବରେ ମନେ ରଖନ୍ତୁ ଯେ, ଯେତେବେଳେ ଆପଣ ଖରାଦିନରେ ବାହାରେ ବୁଲାବୁଲି କରି ଆସି ଥକ୍କାରେ ବସୁଛନ୍ତି, ସେତେବେଳେ ଫ୍ରିଜ୍ ପାଣି ନପିଇ ମାଟି ପାତ୍ରରେ ପାଣି ରଖି ସେହି ପାଣିକୁ ପିଇବା ଅଭ୍ୟାସ୍ କରନ୍ତୁ । ତେବେ ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବାର କ୍ଷତି ଏବଂ ମାଟି ପାତ୍ରରୁ ପାଣି ପିଇବାର ଲାଭ ବିଷୟରେ ।

    ଫ୍ରିଜ୍ ପାଣି ପିଇବାର କ୍ଷତି :

    ୧. ଗଳା ବିନ୍ଧା : ଥଣ୍ଡା ପାଣି ପିଇବା ଦ୍ବାରା ଗଳାରେ ଆସ୍ବିସ୍ତି ହୋଇପାରେ । ବିଶେଷକରି ଯେଉଁମାନେ ସ୍ବାସରୋଗୀ ସେହିମାନେ ଏହାକୁ ପିଇବା ଅନୁଚିତ୍ । ଏହା ଗଳା ମାଂସପେଶୀକୁ ସଙ୍କୁଚିତ କରିପାରେ, ଯାହା ଫଳରେ ଗିଳିବା କଷ୍ଟକର ହୋଇପାରେ ।

    ୨. ଧୀର ହଜମ : ଯଦି ଆପଣଙ୍କର ଥଣ୍ଡା ପାଣି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିପାରେ, ହେଲେ ଅଧିକ ଥଣ୍ଡା ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟା ଧୀର ହୋଇପାରେ । ଏହା ଖାଦ୍ୟରେ ଥିବା ଚର୍ବିକୁ କଠିନ କରିଥାଏ, ଯାହା ଫଳରେ ଆମର ସଠିକ୍ ଭାବରେ ଖାଦ୍ୟ ହଜମ ହୋଇ ନଥାଏ ।

    ୩. କଫ : ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଫଳରେ ଛାତିରେ କଫ ଜମାଟ ବାନ୍ଧିଥାଏ । ଏଥି ସହ ନିଶ୍ବାସ ନେବାକୁ ମଧ୍ୟ କଷ୍ଟକର ହୋଇଥାଏ । ଯାହା ଦ୍ବାରା ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ ।

    ମାଟି ପାତ୍ରରୁ ପାଣି ପିଇବାର ଲାଭ :

    ୧. ପ୍ରାକୃତିକ ଥଣ୍ଡା : ମାଟି ପାତ୍ରରୁ ପାଣି ପିଇବାର ଏକ ବିଶେଷ ଲାଭ ହେଉଛି ଏହାର ପ୍ରାକୃତିକ ଗୁଣ । ଯାହା ଆମର ସମ୍ପୂର୍ଣ୍ଣ ଶରୀରକୁ ଥଣ୍ଡା ରଖିଥାଏ ।

    ୨. ପୋଟେନସିଆଲ୍ ଅଫ୍ ହାଇଡ୍ରୋଜେନ୍ (PH) ସନ୍ତୁଳନ କରିଥାଏ :
    ଆମ ସ୍ୱାସ୍ଥ୍ୟ ପାଇଁ ପାଣିର PH ସ୍ତର ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ପ୍ଲାଷ୍ଟିକ୍ ପାତ୍ର କିମ୍ବା ବୋତଲରେ ରଖାଯାଇଥିବା ପାଣିର PH ର ସ୍ତର ପାତ୍ରରେ ଥିବା ରାସାୟନିକ ପାତ୍ର ଯୋଗୁଁ ପରିବର୍ତ୍ତନ ହୋଇପାରେ । ହେଲେ ଯେତେବେଳେ ମାଟି ପାତ୍ରରେ ପାଣି ସଂରକ୍ଷଣ କରାଯାଏ, ମାଟିର କ୍ଷରୀୟ ପ୍ରକୃତି ପାଣିର PH ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

    ୩. ସ୍ବାଦ ବଢାଇଥାଏ : ମାଟି ପାତ୍ରର ପାଣିର ସ୍ବାଦ ବହୁତ ଭଲ ହୋଇଥାଏ । ଯେତେବେଳେ ମାଟି ପାତ୍ରରେ ପାଣି ଭର୍ତ୍ତି କରାଯାଏ, ଏହା ମାଟିରେ ଥିବା ଥଣିଜ ପଦାର୍ଥ ଏବଂ ଲୁଣକୁ ଶୋଷିତ କରେ, ଯାହା ପାଣିର ସ୍ବାଦକୁ ଉନ୍ନତ କରିଥାଏ ।

    ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ମାଟି ପାତ୍ରରେ ପାଣି ରଖି ପିଅନ୍ତୁ । ଦେଖିବେ ଆପଣଙ୍କର ଅନେକ ସମସ୍ୟା ଦୂର ହେବାକୁ ଲାଗିବ ଏବଂ ଆପଣ ସୁସ୍ଥ ମଧ୍ୟ ରହିପାରିବେ ।

    Previous article
    ଫେବ୍ରୁଆରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଚୀନ୍‍ର ତିଆନଜିନଠାରେ ଅନୁଷ୍ଠିତ ଦ୍ୱାଦଶ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍‍ ୨୦୨୬ରେ କିଟ୍‍ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ଚାମ୍ପିୟନସିପରେ କିଟ୍‍ର ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମୋଟ ତିନିଟି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି । ଏହା ସହିତ ଏହି ମହାଦେଶୀୟ ଇଭେଣ୍ଟରେ କିଟ୍‍ ଖେଳାଳିମାନେ ଭାରତର ମୋଟ ପଦକ ତାଲିକାର ୬୦ ପ୍ରତିଶତ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଆଥଲେଟିକ୍ସ ଫେଡେରେସନ ଦ୍ୱାରା ଘୋଷିତ ୧୭ ଜଣିଆ ଭାରତୀୟ ଦଳରେ ୯ ଜଣ ଖେଳାଳି କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ସାମିଲ ହୋଇଥିଲେ। ଆକଷର୍ଣୀୟ ପ୍ରଦର୍ଶନକାରୀଙ୍କ ମଧ୍ୟରେ ତେଜସ୍ୱିନ ଶଙ୍କର ପୁରୁଷ ହେପ୍ ଟାଥଲନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ମୋଟ ୫୯୯୩ ପଏଣ୍ଟ ସଂଗ୍ରହ କରି ତେଜସ୍ୱିନଏକ ନୂତନ ଜାତୀୟ ଇନ୍‍-ଡୋର ରେକର୍ଡ ସ୍ଥାପନ କରିଥିଲେ। ତାଙ୍କର ଉଲ୍ଲେଖନୀୟ ଅଲରାଉଣ୍ଡ ପ୍ରଦର୍ଶନ ଏସୀୟ ମଞ୍ଚରେ ଭାରତର ଶ୍ରେଷ୍ଠ ମିଳିତ-ଇଭେଣ୍ଟ ଆଥଲେଟଙ୍କ ମଧ୍ୟରୁ ଅନ୍ୟତମ ଭାବରେ ତାଙ୍କର ସ୍ଥିତିକୁ ବଜାୟ ରଖିପାରିଥିଲେ । ଏହି ଚାମ୍ପିୟନ୍‍ସିସପ୍‍ରେ ପୁରୁଷ ସଟ୍ ପୁଟରେ କିଟ୍‍ ଛାତ୍ର ତାଜିନ୍ଦରପାଲ ସିଂହ ତୁର ରୌପ୍ୟ ପଦକ ହାସଲ କରିଥିଲେ। ୨୦.୦୫ ମିଟର ଥ୍ରୋ କରି ତାଜିନ୍ଦରପାଲ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଥିଲେ। ସେହିପରି ମହିଳା ବର୍ଗରେ ଆନ୍ସି ସୋଜାନ୍ ଏଡାପିଲି ମହିଳା ଲମ୍ବ ଡିଆଁରେ ୬.୨୧ ମିଟର ଡେଇଁ କାଂସ୍ୟ ପଦକ ହାସଲ କରି ଦେଶ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି । ସାମଗ୍ରିକ ଭାବରେ ଚାମ୍ପିୟନସିପରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ମୋଟ ପାଞ୍ଚଟି ପଦକ ହାସଲ କରି ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଏହି ପାଞ୍ଚଟି ପଦକ ମଧ୍ୟରୁ ୩ଟି ପଦକ କେବଳ କିଟ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଜିତିଛନ୍ତି। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପଦକ ବିଜେତା ଓ ସମଗ୍ର ଭାରତୀୟଦଳକୁ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡ଼ାବିତମାନେ ସମର୍ପଣ, ଶୃଙ୍ଖଳା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଡ. ସାମନ୍ତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି ସଫଳତା ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଓ ସାମଗ୍ରିକ ସହାୟତା ବ୍ୟବସ୍ଥା ଜରିଆରେ କ୍ରୀଡ଼ା ଉତ୍କର୍ଷତାକୁ ପୋଷଣ କରିବା ପାଇଁ କିଟ୍‍ ସର୍ବଦା ପ୍ରୟାସ କରିଆସିଛି ବୋଲି ଡ. ସାମନ୍ତ ପ୍ରକାଶ କରିଛନ୍ତି।
    Next article

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14 ° C
    14 °
    14 °
    54 %
    1.3kmh
    24 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ