Sunday, April 12, 2026
26.7 C
Odisha

    ଖରାଦିନ ଆସିନି, ଏବେଠୁ ହୁ ହୁ ହୋଇ ଜଳୁଛି ଜଙ୍ଗଲ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼/ କେନ୍ଦୁଝର : ପାହାଡ଼ରେ ନିଆଁ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ଭବାନୀ ପାହାଡରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଜଳିପୋଡ଼ି ପାଉଁଶ ହୋଇଯାଇଛି ବହୁ ମୂଲ୍ୟବାନ ଗଛ । କୋଇଡା ବନବିଭାଗ ଟିମ୍ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ନିଆଁ ଏମିତି ବ୍ୟାପିଛି ଯେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । ଅନ୍ୟପଟେ କୋଇଡା ସହରକୁ ଲାଗି ଭବାନୀ ପାହାଡ ରହିଥିବାରୁ ଧୂଆଁରେ ଅଣନିଃଶ୍ଵାସୀ ହେଲେଣି କୋଇଡା ଅଞ୍ଚଳବାସୀ ।

    ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ବିଟ୍ ବାଉଁଶୁଳୀ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ବନବିଭାଗ । ଜଙ୍ଗଲରେ ଚାରିଆଡେ ନିଆଁ ବ୍ୟାପିଯାଇଛି । ନିଆଁର ଆଁରେ ଜଳିଯାଇଛି ବହୁ ମୂଲ୍ୟବାନ ଗଛ । କେମିତି ନିଆଁ ଲାଗିଲା ତାହା ଜଣାପଡିନାହିଁ । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ବାରମ୍ବାର ଜଙ୍ଗଲରେ ନିଆଁ ଲାଗୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ