ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଭାବନା ରହିଛି । ତେବେ ଆପଣମାନେ ଜାଣିଥିବେ ଯେ ଲୋକଙ୍କୁ ସବୁବେଳେ ଟେଷ୍ଟି ଖାଦ୍ୟ ଦରକାର ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି ଦହି ପଖାଳକୁ ଭାରତ ସଂସ୍କୃତିର ଏକ ପ୍ରସିଦ୍ଧ ଖାଦ୍ୟ ଭାବେ ବିବେଚନା କରାଯାଏ । ଖରାଦିନେ ବାସି ପଖାଳ ଖାଇବା ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଦହି ପଖାଳ କିପରି ଭାବେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।
ବାସି ଦହି ପଖାଳ ଖାଇବାର ଲାଭକାରୀ ଗୁଣ :
ପ୍ରୋବାୟୋଟିକ୍ସରେ ଭରପୁର :
ବାସି ଦହି ପଖାଳ ପ୍ରୋବାୟୋଟିକ୍ସରେ ଭରପୁର ହୋଇଥାଏ । ଏଥିରେ ଯେଉଁ ସବୁ ଲାଭକାରୀ ବ୍ୟାକ୍ଟେରିଆ ରହିଥାନ୍ତି, ତାହା ଆମ ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବାସି ଦହିରେ ଥିବା ପ୍ରୋବାୟୋଟିକ୍ସ ହଜମ କରିବାରେ ଅନେକ ସାହାଯ୍ୟ କରିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ।
ସହଜରେ ହଜମ କରେ :
ବାସି ଦହି ପଖାଳରେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଥାଏ । ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ତେବେ ଯେଉଁ ଲୋକମାନଙ୍କର ହଜମ ସମସ୍ୟା ରହିଛି ସେମାନଙ୍କ ପାଇଁ ଏହା ଅଧିକ ଲାଭକାରୀ ହୋଇଥାଏ ।
ହାଡ ଓ ଦାନ୍ତକୁ ମଜବୁତ କରେ :
ଏହା ପୋଷକ ତତ୍ତ୍ୱରେ ଭରପୁର । ଦହି ପଖାଳରେ କ୍ୟାଲୟିୟମ୍, ଭିଟାମିନ୍ – ଡି ଓ ପ୍ରୋଟିନ୍ ସହିତ ଅନେକ ପୋଷକ ତତ୍ତ୍ୱ ଭରପୁର ରହିଥାଏ । ଏଥିରେ ଥିବା କ୍ୟାଲୟିୟମ୍ ହାଡ ଓ ଦାନ୍ତକୁ ମଜବୁତ କରିଥାଏ । ଭିଟାମିନ୍ – ଡି କ୍ୟାଲସିୟମ୍ ଅବଶୋଷଣ କରିବାରେ ସହାୟକ କରେ । ଖରାଦିନେ ଦହି ପଖାଳ ଖାଇବା ଦ୍ୱାରା ଆମକୁ ଆକ୍ଟିଭ ଅନୁଭବ ହୋଇଥାଏ ।
ଶରୀର ଓ ପେଟକୁ ଠିକ୍ ରଖିଥାଏ :
କେତେକ ସଂସ୍କୃତିରେ ଦହି ପଖାଳକୁ ଥଣ୍ଡା ଖାଦ୍ୟ ବୋଲି ବିବେଚନା କରାଯାଏ । ଏହା ଗରମ ଦିନରେ ଖାଇବାଫଳରେ ପେଟକୁ ଥଣ୍ଡା ରଖିବା ସହ ଆରାମ ପ୍ରଦାନ କରିଥାଏ । ଦହି ପଖାଳ ଶରୀରକୁ ଥଣ୍ଡା ରଖି ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।
ଓଜନକୁ ନିୟନ୍ତ୍ରଣ ରଖିଥାଏ :
ଦହି ପଖାଳରେ ଥିବା ପ୍ରୋବାୟୋଟିକ୍ସ କେବଳ ହଜମ କରିବାରେ ସାହାଯ୍ୟ କରିନଥାଏ ବରଂ ଓଜନ ପାଇଁ ଲାଭକାରୀ ହୋଇଥାଏ । ଶରୀରରେ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଏଥି ସହ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରି ରଖିଥାଏ ।
ଏଥିରେ ଅନେକ ପୋଷାକ ତତ୍ତ୍ୱ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ବିଶେଷକରି ଏହା ଖରାଦିନ ପାଇଁ ବେଷ୍ଟ ହୋଇଥାଏ ବୋଲି ଏହାକୁ ବିବେଚନା କରାଯାଏ । ସେଥିପାଇଁ ଖରାଦିନେ ପ୍ରତିଦିନ ଦହି ପଖାଳ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ ।

