Friday, October 2, 2026
22.9 C
Odisha

    ଖରାପ ଲାଗିଲେ ବି ସତ: ପୁରୁଷଙ୍କ ପାଖରେ ଅଛି ଏଭଳି…

    ଆଗକୁ ପଢନ୍ତୁ

    ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ପୁରୁଷଙ୍କୁ ନେଇ ବହୁତ କଥା କହିଛନ୍ତି। ପୁରୁଷମାନଙ୍କର କେତେକ କଠୋର ସତ ସେ କହିଛନ୍ତି। ତାହା ଖରାପ ଲାଗିଲେ ମଧ୍ୟ ସତ। ତେବେ ସବୁ ପୁରୁଷ ଏକାପରି ହୋଇ ନ ଥାନ୍ତି। ଚାଣକ କହିଛନ୍ତିି, ଯେତେବେଳେ ଜଣେ ବ୍ୟକ୍ତି ନିଜର ଶକ୍ତି, ଯୁକ୍ତି କିମ୍ବା ସାମାଜିକ ପ୍ରାଧାନ୍ୟ ହରାଇଥାଏ ସେତେବେଳେ ସେ ଆକ୍ରମଣାତ୍ମକ ହୋଇଯାଏ। ଏହାର ପ୍ରଭାବ ମହିଳାଙ୍କ ଉପରେ ପଡ଼ିଥାଏ। ତେବେ ଏହା ପୁରଷଙ୍କର ଏକ ଦୁର୍ବଳତା ଯାହା ସେମାନଙ୍କର ପ୍ରକୃତ ସ୍ବଭାବର ଅନ୍ୟମାନଙ୍କ ପାଖରେ ଧରାପଡ଼ିଯାଏ।

    ଅହଂକାର    :    ପୁରୁଷମାନେ ସମାଜରେ ନିଜକୁ ବହୁ ଦିନ ଧରି ଶ୍ରେଷ୍ଠ ମନେ କରିଆସୁଛନ୍ତି। ଯେତେବେଳେ ଜଣେ ମହିଳା ତାଙ୍କୁ ପଛରେ ପକାଇଦିଏ କିମ୍ବା ପରାସ୍ତ କରେ, ତାଙ୍କର ଅହଂକାର ଭାଙ୍ଗିଯାଏ। ଏହି ଅହଂକାରକୁ ରକ୍ଷା କରିବା ପାଇଁ, ସେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ମହିଳାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରନ୍ତି।

    ପୁରୁଷ-ପ୍ରଧାନ   :   ସାମାଜିକ ଚିନ୍ତାଧାରା ଏପର୍ଯ୍ୟନ୍ତ ପୁରୁଷପ୍ରଧାନ। ଜଣେ ମହିଳାଙ୍କ ଚରିତ୍ରକୁ ପ୍ରଶ୍ନ କରିବା ସବୁଠାରୁ ସହଜ ଉପାୟ, କାରଣ ସମାଜ ଏହାକୁ ଶୀଘ୍ର ବିଶ୍ୱାସ କରେ।

    ଦୁର୍ବଳତା ଲୁଚାଇବା  :   ନିଜର ପରାଜୟକୁ ଗ୍ରହଣ କରିବା ପରିବର୍ତ୍ତେ, ଜଣେ ଅସଫଳ ପୁରୁଷ ମହିଳାଙ୍କ ପ୍ରତିଛବିକୁ ମଳିନ କରି ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରନ୍ତି।
    ଯଦିଓ ଏହା ଶତାବ୍ଦୀ ପୂର୍ବରୁ କୁହାଯାଇଥିଲା, ତଥାପି ଆଜି ମଧ୍ୟ ଏହା ସତ୍ୟ ମନେହୁଏ। କର୍ମକ୍ଷେତ୍ରରେ, ରାଜନୀତିରେ, କ୍ରୀଡ଼ାରେ କିମ୍ବା ପରିବାରରେ ମଧ୍ୟ, ଯେତେବେଳେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରନ୍ତି, ସେତେବେଳେ ସେମାନଙ୍କୁ ପ୍ରାୟତଃ ଦୋଷ ଦିଆଯାଏ।

    ତେବେ ପୁରୁଷଙ୍କ ନାଲି ଆଖିର ଶିକାର ହେଉଥିବା
    ମହିଳାମାନଙ୍କ ଉପରେ ଚାଣକ୍ୟ କହିଛନ୍ତି, ଚରିତ୍ରକୁ ଆକ୍ଷେପଦ୍ୱାରା ମହିଳାମାନେ କେବେବି ନିରାଶ ହେବା ଠିକ୍‌ନୁହେଁ। ବରଂ, ସେମାନେ ନିଜ ପରିଚୟ ଉପରେ ଦୃଢ଼ ବିସ୍ବାସ ରଖିବା ଉଚିତ। ଯେକୌଣସି ପରିସ୍ଥିତିରେ ନିଜ କାମ ଏବଂ ପ୍ରତିଭା ଉପରେ ବିଶ୍ୱାସ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ