Wednesday, April 1, 2026
30.8 C
Odisha

    ଖରା ଦିନେ ଝାଳ ରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଖରାଦିନେ ଝାଳ ବୋହିବା ସ୍ବାଭାବିକ କଥା। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ ଶାରୀରିକ ପରିଶ୍ରମ କରିଥାନ୍ତି, ତା’ହେଲେ ତାଙ୍କ ଦେହରୁ ଝାଳ ବୋହିଥାଏ। ଦ୍ୱୀତିୟରେ ମୋଟାପଣର ଶିକାର ହୋଇଥିଲେ ବି ଶରୀରରୁ ଝାଳ ବୁହେ। ସେହିପରି ଅଧିକ ତେଲ, ମସଲାଯୁକ୍ତ କିମ୍ବା ରାଗ ଖାଦ୍ୟ ଖାଇବାକୁ ଭଲ ପାଉଥିବା କିଛି ଲୋକଙ୍କଠାରେ ମଧ୍ୟ ଝାଳ ବୋହିବା ସମସ୍ୟା ଦେଖାଯାଇଥାଏ। ଏହାଛଡ଼ା ହର୍‌ମୋନ୍‌ ଇନ୍‌ବାଲାନ୍ସ ହେବା ବି ଝାଳ ବୋହିବାର ଆଉ ଏକ କାରଣ ହୋଇଥାଏ। ସେହିପରି ବଂଶାନୁଗତ ଭାବେ ବି ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକ ମତ ଦେଇଥାନ୍ତି। ତେବେ ଏହି ଝାଳ ବୋହିବା ଦ୍ୱାରା ବେଳେବେଳେ ଶରୀରରୁ ଦୁର୍ଗନ୍ଧ ବାହାରି ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛିଟା ସହଜ ଉପଚାର ମଧ୍ୟ ରହିଛି।

    ପ୍ରତିଦିନ ପରିଷ୍କାର ହୋଇ ଗାଧୋଇବା ସହ ଭଲ ବ୍ରାଣ୍ଡର ବଡି ସ୍ପ୍ରେ ବ୍ୟବହାର କରନ୍ତୁ।

    ଡାଏଟ୍‌ରେ ଅଧିକ ମାତ୍ରାରେ ସତେଜ ପନିପରିବା ଏବଂ ଫଳମୂଳ ଖାଇବା ଉଚିତ।

    ପାଦକୁ ପରିଷ୍କାର ରଖିବା ସହ ପ୍ରତିଦିନ ପାଦରେ ପିନ୍ଧୁଥିବା ସକ୍ସକୁ ସଫା କରିବା ଦରକାର।

    ତେଲ, ମସଲାଯୁକ୍ତ ତଥା ରାଗ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଇବା ଉଚିତ।

    ଖରାଦିନେ ଢିଲା କଟନ୍‌ ପୋଷାକ ପିନ୍ଧିବା ସହ ପ୍ରଚୁର ପରିମାଣରେ ପାଣି ଓ ଫ୍ରୁଟ୍‌ ଜୁସ୍‌ ଆଦି ପିଇବା ଦରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ