Thursday, October 1, 2026
30.6 C
Odisha

    ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୨୨ ଯାତ୍ରୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ମର୍ମନ୍ତୁଦ ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସେହିପରି ଅନେକ ଆହତ ହୋଇଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ସୋମବାର ଗୌରାଖାଲରୁ ଏକ ବସ୍‌ ରାମନଗରରୁ ବାହାରିଥିଲା। ଏହି ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ଖାଇକୁ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍‌ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଖବର ପାଇ ଏସ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    54 %
    2.7kmh
    7 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ