Saturday, October 10, 2026
22.4 C
Odisha

    ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଚତୁର୍ଥ ଅଭିଯୁକ୍ତକୁ ଗିରଫ କଲା କାନାଡା

    ଆଗକୁ ପଢନ୍ତୁ

    ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡା ଶନିବାର ଦିନ ଆଉ ଜଣକୁ ଗିରଫ କରିଛି । କାନାଡା କହିଛି ଯେ, ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ନାମ ଅମନଦୀପ ସିଂହ ଏବଂ ସେ ଜଣେ ଭାରତୀୟ ।

    ଇଣ୍ଟିଗ୍ରେଟେଡ ହୋମିସାଇଡ ଇନଭେଷ୍ଟିଗେସନ ଟିମ କହିଛି ଯେ, ୨୨ ବର୍ଷୀୟ ଅମନଦୀପ ସିଂହ ପୂର୍ବରୁ ଅନ୍ୟ ଏକ ହତ୍ୟା ମାମଲାରେ ପୀଲ ରୀଜନଲ ପୋଲିସ ହେପାଜତରେ ଥିଲେ ଏବଂ ତାଙ୍କୁ ହରଦୀପ ସିଂହ ନିଜ୍ଜାରଙ୍କ ମର୍ଡର କେସରେ ୧୧ ମେ’ ରେ ଗିରଫ କରାଯାଇଥିଲା । ଆଇଏଚଆଇତି ଆଗକୁ କହିଛନ୍ତି ଯେ, ଅମନଦୀପ ସିଂହଙ୍କ ଉପରେ ଫାର୍ଷ୍ଟ-ଡିଗ୍ରୀ ହତ୍ୟା ଏବଂ ନିଜ୍ଜାର ହତ୍ୟା ମାମଲାରେ ଷଡଯନ୍ତ୍ରକାରୀର ଅଭିଯୋଗ ଲାଗିଛି । ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଏହା ପୂର୍ବରୁ କାନାଡା କରଣ ବରାଡ଼, କମପ୍ରୀତ ଏବଂ କରଣପ୍ରୀତ ସିଂହଙ୍କୁ ଗିରଫ କରିସାରିଛନ୍ତି । ତେବେ ଏହି ୪୫ ବର୍ଷୀୟ ନିଜ୍ଜାରଙ୍କୁ ଗତ ବର୍ଷ ଜୁନରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ସଂପୂର୍ଣ୍ଣ ମାମଲାକୁ ନେଇ କାନାଡା ଏବଂ ଭାରତରେ ତିକ୍ତତା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ