Monday, October 19, 2026
21.9 C
Odisha

    ଖାଲି ପେଟରେ କରନ୍ତୁ ଏହି ଆସନ; ଗ୍ୟାସ, ମଧୁମେୟରୁ ପାଆନ୍ତୁ ମୁକ୍ତି!

    ଆଗକୁ ପଢନ୍ତୁ

    ବ୍ୟସ୍ତ ବହୁଳ ସମୟରେ ନିଜକୁ ଫିଟ୍ ରଖିବା ନିହାତି ଆବଶ୍ୟକ। ଏଥିପାଇଁ ଯୋଗ ଓ ପ୍ରାଣାୟ ହେଉଛି ଏକ ପ୍ରମୁଖ ମାଧ୍ୟମ। ତେଣୁ ସମୟ ନଷ୍ଟ କରନ୍ତୁ ନାହିଁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କରନ୍ତୁ ଯୋଗ ଏବଂ ପ୍ରାଣାୟାମ୍‌। ଆଉ ରଖନ୍ତୁ ନିଜକୁ ଫିଟ୍‌। ତା’ହେଲେ ଆଜି ଆସନ୍ତୁ ନଜର ପକାଇବା ‘ମଣ୍ଡୁକ’ ଆସନ ଉପରେ। ଏହି ଆସନଟି ସହଜ। କିନ୍ତୁ ବହୁତ ଶକ୍ତିଶାଳୀ ଆସନ। ଏହାର ନାଁ ମଣ୍ଡୁକ ଅର୍ଥାତ ବେଙ୍ଗ। କାରଣ ଏହି ଆସନ କଲାବେଳେ ଶରୀର ବେଙ୍ଗ ପରି ଦେଖାଯାଏ।

    ମଣ୍ଡୁକ ଆସନ କେମିତି କରିବେ?

    ପ୍ରଥମେ ବଜ୍ରାସନରେ ବସନ୍ତୁ। ଆଣ୍ଠୁ ଦୁଇଟିକୁ ଯେତେ ପାରିବେ ପାର୍ଶ୍ୱକୁ ଖୋଲିଦିଅନ୍ତୁ। ଦୁଇ ହାତର ମୁଠି ବନ୍ଦ କରି ନାଭିର ଉପର ଭାଗରେ ରଖନ୍ତୁ। ଏବେ ଧୀରେ ଧୀରେ ଆଗକୁ ମୁଣ୍ଡ ଓ ଛାତି ନୁଆଇଁ କପାଳକୁ ଜମିରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଶ୍ୱାସ ସାଧାରଣ ରଖି ୩୦ ସେକେଣ୍ଡରୁ ୧ ମିନିଟ୍ ପର‌୍ୟ୍ୟନ୍ତ ରୁହନ୍ତୁ। ତା’ପରେ ଧୀରେ ଉଠି ଆସନ୍ତୁ।

    ମଣ୍ଡୁକ ଆସନର ୫ଟି ଭଲ ଫାଇଦା

    ପେଟ ଓ ହଜମ ପାଇଁ ସର୍ବୋତ୍ତମ: ଏହି ଆସନ ନାଭି ଓ ପେଟ ଉପରେ ଚାପ ପକାଏ। ଯାହାଦ୍ୱାରା ପାଚନତନ୍ତ୍ର ଭଲ ହୁଏ। ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭ ଦାୟକ।

     

     

    ଚର୍ବି କମାଇବାରେ ସାହାଯ୍ୟ କରେ: ପେଟ, କମର ଓ ଜାଙ୍ଘର ଚର୍ବି କମାଇବାକୁ ଚାହୁଁଥିଲେ ଏହି ଆସନ ପ୍ରତିଦିନ କରନ୍ତୁ। ଏହା ମେଟାବୋଲିଜିମ ବଢାଇ ଓଜନ କମ କରିବାରେ ସାହାଯ୍ୟ କରେ।

    ଡାଇବେଟିସ ନିୟନ୍ତ୍ରଣ: ନାଭି ଉପରେ ଚାପ ପଡ଼ିବା ଯୋଗୁଁ ଅଗ୍ନାଶୟ ଉତ୍ତେଜିତ ହୁଏ। ଯାହାଦ୍ୱାରା ଇନସୁଲିନ ଭଲ ଭାବେ କାମ କରିଥାଏ। ରକ୍ତରେ ଶର୍କରା ନିୟନ୍ତ୍ରଣରେ ରହେ।

    ମହିଳାଙ୍କ ପାଇଁ ବହୁତ ଭଲ: ଏହା ଗର୍ଭାଶୟ ଓ ଅଣ୍ଡାଶୟର ରକ୍ତ ସଞ୍ଚାଳନ ବଢାଇଥାଏ। ମାସିକ ଧର୍ମ ସମୟର ଯନ୍ତ୍ରଣା କମ କରେ। ପିସିଓଡି ସମସ୍ୟାରେ ଲାଭ ଦେଇଥାଏ।

    ମନ ଶାନ୍ତ କରେ ଓ ଟେନସନ୍ କମାଏ: ଆଗକୁ ମୁଣ୍ଡ ନୁଆଇଁବା ଯୋଗୁଁ ମସ୍ତିଷ୍କକୁ ରକ୍ତ ଯାଏ। ଯାହାଦ୍ୱାରା ଚିନ୍ତା, ଟେନ୍ସନ ଓ ରାଗ କମେ। ଧ୍ୟାନ କରିବା ପାଇଁ ମନ ସ୍ଥିର ହୁଏ।

    କେଉଁମାନେ ସାବଧାନ ରହିବେ?

    ଆଣ୍ଠୁ, କମର ଓ ପିଠିରେ ଗମ୍ଭୀର ଯନ୍ତ୍ରଣା ଥିଲେ ଏହା କରନ୍ତୁ ନାହିଁ। ଗର୍ଭବତୀ ମହିଳା ଓ ହର୍ନିଆ ରୋଗୀ ଏହା କରିବା ଉଚିତ୍ ନୁହେଁ। ପେଟ ଖାଲି ଥିଲେ ଅର୍ଥାତ ସକାଳେ କରିବା ସବୁଠୁ ଭଲ। ଆରମ୍ଭରେ ୧୦ରୁ ୧୫ ସେକେଣ୍ଡ ରୁହନ୍ତୁ। ଧୀରେ ଧୀରେ ସମୟ ବଢାନ୍ତୁ। ଆପଣ ଏହା ରୋଜ ସକାଳେ ୨ରୁ ୩ ଥର କରିଲେ ୧ ମାସ ଭିତରେ ହଜମ ଓ ପେଟ ସମସ୍ୟାରେ ନିଶ୍ଚୟ ଦେଖିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ