Monday, October 19, 2026
23.2 C
Odisha

    ରଥଯାତ୍ରା ପାଇଁ ଜଗିବେ ୧୨ ହଜାର ପୁଲିସ କର୍ମଚାରୀ

    ଆଗକୁ ପଢନ୍ତୁ

    ପୁରୀ  :  ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଶେଷ। ଆଉ ୯ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ତରଫରୁ ବ୍ୟବସ୍ଥାର କରାଯାଇଛି ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।

    ଏହି ଅବସରରେ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ରଥଯାତ୍ରା ଲାଗି ପୁଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାତ୍ରାରେ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଶ୍ରଦ୍ଧାଳୁ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ତାହା ପୁଲିସର ମୁଖ୍ୟ ଦାୟିତ୍ୱ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ରଥଟଣା ଗୁରୁତ୍ୱପୂର୍ଣ୍ଣ । ସେଥିଲାଗି ଚଳିତବର୍ଷ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ପରିଚାଳନା କରାଯାଉଛି । ରଥଯାତ୍ରାକୁ ଅଘଟଣମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

    ଏଥର ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨ ହଜାର ପୁଲିସ କର୍ମଚାରୀ, ୧୯ ବରିଷ୍ଠ ଆଇପିଏସ୍ ଅଧିକାରୀ ,ଟ୍ରାଫିକ କନ୍‌ଷ୍ଟେବଲ୍ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), ସିଆର୍ପିଏଫ ଏବଂ ବିଏସ୍ଏଫ ମୁତୟନ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୫୦ ପ୍ଲାଟୁନ ଓଏସ୍ଏପି, ଆଇଆର୍ବିଏନ୍, ଏଆର୍ପି ଏବଂ ଟ୍ରାଫିକ ଫୋର୍ସ ମୁତୟନ କରାଯିବ । ସହରର ବିଭିନ୍ନ ସ୍ଥାନରେ ୩ ହଜାର ହୋମଗାର୍ଡଙ୍କୁ ମୁତୟନ କରାଯିବ । ଏମାନେ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ଓ ପାର୍କିଂରେ ପୁଲିସକୁ ସହଯୋଗ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ