Tuesday, April 7, 2026
22.5 C
Odisha

    ଖୁବଶୀଘ୍ର ଯୁକ୍ତ ୨ କଳା ରେଜଲ୍ଟ ଜାରି କରିବ CHSE

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ। ଏହି ପରୀକ୍ଷା ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ। ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।ଅନ୍ୟପଟେ, କଳା ଫଳାଫଳ ଶୀଘ୍ର ପ୍ରକାଶ କରିବାକୁ ଉଦ୍ୟମ କରିଛି ସିଏଚଏସଇ। କଳାର ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଖାତା ଅନଲାଇନରେ ମୂଲ୍ୟାୟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି ସିଏଚଏସଇ। କାରଣ ପରୀକ୍ଷା ଖାତା ତୁଳନାରେ ମୂଲ୍ୟାଙ୍କନକାରୀଙ୍କ ସଂଖ୍ୟା କମ୍। ଆଉ ଦଶ ଦିନ ଭିତରେ ରାଜ୍ୟ ସରକାରଙ୍କ ଠାରୁ ଜବାବ ମିଳିବ ବୋଲି ଆଶା ରଖାଯାଇଥିବା କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା।

    ସିଏଚଏସଇ ଅଧ୍ୟକ୍ଷ କହିଛନ୍ତି ଯେ, ଏବେ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟ ଅନଲାଇନରେ ମୂଲ୍ୟାୟନ ହେଉଛି। ଏଥିରେ ଉତ୍ତର ଖାତାକୁ ସ୍କାନ କରି କମ୍ପୁଟର ସ୍କ୍ରିନରେ ଆସିବ। ପ୍ରଶ୍ନ ଓ ଉତ୍ତର ଦେଖି ଅନଲାଇନ ମୂଲ୍ୟାୟନ କରାଯାଏ। ଆଜି ସମସ୍ତ ଯୁକ୍ତ ଦୁଇ କଲେଜରେ ଭଲ ଭାବେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ