Thursday, October 1, 2026
28.6 C
Odisha

    ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

    ଆଗକୁ ପଢନ୍ତୁ

    ବାରଙ୍ଗ  :  ନନ୍ଦନକାନନରୁ ଖୁସି ଖବର। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ। ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବଶିଘ୍ର ନନ୍ଦନକାନନରେ ପହଞ୍ଚିବେ।

    ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ। ତେବେ ଦୁଇହଳ ରେଡ କଙ୍ଗାରୁ ନନ୍ଦନକାନନ ଆସିବେ। ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ପ୍ରୋଜେକ୍ଟ ଚିତା ମାଧ୍ୟମରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ଭାରତ ଅଣାଯାଇଥିଲା। ବର୍ତ୍ତମାନ ନନ୍ଦନକାନନକୁ ଚିତା ପ୍ରଥମ ଥର ଆସିବାକୁ ଯାଉଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଦୁଇହଳ ଚିତା ନନ୍ଦନକାନନ ଆସିବେ। ଏଥିପାଇଁ ଖୁଆଡ଼ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛି। ଦୁଇ ହଳ ୱାଇଲ୍ଡବିଷ୍ଟ୍ ନନ୍ଦନକାନନ ଆସିବାର ଯୋଜନା ରହିଛି। ସେହିପରି ଦୁଇହଳ ଆଫ୍ରିକୀୟ ଜେବ୍ରା ମଧ୍ୟ ଆସିବାକୁ ଯାଉଛି।ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ। ଖୁବ ଶୀଘ୍ର ନନ୍ଦନକାନନକୁ ଆସିବ ବିରଳ ଓ ଅତି ସୁନ୍ଦର ଲାଲ୍ ପାଣ୍ଡା। ଏହା ନନ୍ଦନକାନନ ପାଇଁ ଏକ ନୂଆ ପ୍ରଜାତି। ଏହାକୁ ଆଣିବା ପାଇଁ କର୍ତ୍ତୃପକ୍ଷ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି।

    ପୂର୍ବ ହିମାଳୟର ଘଞ୍ଚ ଜଙ୍ଗଲର ସବୁଠୁ ଆକର୍ଷଣୀୟ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ଲାଲ ପାଣ୍ଡା । ଏହି ବିରଳ ପ୍ରାଣୀକୁ ଦେଖିବା ପାଇଁ ଲୋକେ ସିକିମ, ଦାର୍ଜିଲିଂ ଯିବାକୁ ପଡୁଥିଲା। ହେଲେ ଏଣିକି ଆଉ ଦୂରକୁ ଯିବାକୁ ପଡିବନି । ନନ୍ଦନକାନନରେ ହିଁ ଦେଖିବାକୁ ମିଳିବ ଏହି କୌତୁହଳ ଲାଲ ପାଣ୍ଡା। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସିଜେଡଏ ଅନୁମୋଦନ ମିଳିଲେ ନନ୍ଦନକାନନ ଆସିବେ ଏହି ଲାଲ୍ ପାଣ୍ଡା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ