Thursday, September 10, 2026
26.1 C
Odisha

    ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ! ହୋଇପାରେ ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ନିତିଦିନିଆ ଜୀବନରେ ଆମେ ପ୍ଲାଷ୍ଟିକକୁ ବହୁଳ ମାତ୍ରାରେ ବ୍ୟବହାର କରୁ । ଘରୁ ଆରମ୍ଭ କରି ଅଫିସ୍ , ଯାତ୍ରା ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଥାଉ । ଏମିତିକି ବସ୍ , ଟ୍ରେନରେ ଗଲା ବେଳେ ବ୍ୟାଗରେ ପ୍ଲାଷ୍ଟିକର ପାଣି ବୋତଲଟିଏ ପକାଇବାକୁ ଭୁଲୁନାହିଁ । ଯାତ୍ରା ସମୟ ତ ଦୂରରେ ଥାଉ ଘରେ ମଧ୍ୟ ଅତିଥି ଆସିଥିଲେ ତାଙ୍କୁ ପରଷିଥିବା ପ୍ଲାଷ୍ଟିକର କୋଲ୍ଡଡ୍ରିଙ୍କ୍ସ ବୋତଲକୁ ଆମେ ଫୋପାଡିବାକୁ ଭୁଲିନଥାଉ ଏବଂ ବର୍ଷ ବର୍ଷ ସଂଖ୍ୟାରେ ସେହି ବୋତଲରୁ ହିଁ ପାଣି ପିଉ । କିନ୍ତୁ ଏହି ପ୍ଲାଷ୍ଟିକ୍ ଦେହ ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ସୁଦ୍ଧା ସ୍ବାସ୍ଥ୍ୟକୁ ଅବହେଳା କରି ସେହି ବୋତଲରେ ହିଁ ପାଣି ପିଉ ।

    ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇବାର ଅଭ୍ୟାସ ଦେଖିବାକୁ ହୁଏ ସାଧାରଣ ମନେହୁଏ । ଏହି ବୋତଲଗୁଡ଼ିକ ସାଧାରଣ ମନେହୁଏ କିନ୍ତୁ ସେଥିରେ ଲୁଚି ରହିଥିବା ବିପଦ ଆମର ସ୍ୱାସ୍ଥ୍ୟ ଏବଂ ପରିବେଶକୁ ଅନେକ କ୍ଷତି ପହଞ୍ଚାଇଥାଏ । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି ବୋତଲରୁ ଆମ ପାନୀୟ ଜଳରେ ମାଇକ୍ରୋପ୍ଲାଷ୍ଟିକ୍ ପହଞ୍ଚେ । ମାଇକ୍ରୋପ୍ଲାଷ୍ଟିକ୍ ହେଉଛି ବହୁତ ଛୋଟ ପ୍ଲାଷ୍ଟିକ୍ କଣିକା, ଯାହା ୫ ମିମିରୁ ବି ଛୋଟ । ଆଜିର ସମୟରେ କେବଳ ପ୍ଲାଷ୍ଟିକ ବୋତଲ ନୁହେଁ ସମୁଦ୍ର, ନଦୀ, ହ୍ରଦ ଏବଂ ବାୟୁ ମଧ୍ୟ ମାଇକ୍ରୋପ୍ଲାଷ୍ଟିକରେ ପରିପୂର୍ଣ୍ଣ ।

    ମାଇକ୍ରୋପ୍ଲାଷ୍ଟିକ୍ ଶରୀରକୁ କିପରି ପ୍ରଭାବିତ କରେ?

    ଯେତେବେଳେ ଆମେ ଏକ ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇଥାଉ, ଆମେ ଅଜାଣତରେ ଏହି ମାଇକ୍ରୋସ୍କୋପିକ୍ କଣିକା ମଧ୍ୟ ଗ୍ରହଣ କରିଥାଉ । ଅନେକ ଆନ୍ତର୍ଜାତୀୟ ଅଧ୍ୟୟନରେ ବୋତଲରେ ମାଇକ୍ରୋପ୍ଲାଷ୍ଟିକ୍ ଦେଖିବାକୁ ମିଳିଛି, ଯାହା ଲୋକଙ୍କର ସ୍ୱାସ୍ଥ୍ୟକୁ ନେଇ ଗୁରୁତର ଚିନ୍ତା ସୃଷ୍ଟି କରିଛି । ପ୍ଲାଷ୍ଟିକ୍ ସହ ଜଡିତ କିଛି ରାସାୟନିକ ପଦାର୍ଥ ଶରୀରରେ ପ୍ରବେଶ କରିପାରେ ଏବଂ ଅଧିକ କ୍ଷତି ଘଟାଇପାରେ, ଯେପରିକି ହରମୋନ୍ ଅସନ୍ତୁଳନ, ମେଦବହୁଳତା, ଇନସୁଲିନ୍ ପ୍ରତିରୋଧ, ପ୍ରଜନନ କ୍ଷମତା ଉପରେ ପ୍ରଭାବ ଏବଂ କେତେକ କ୍ଷେତ୍ରରେ କ୍ୟାନ୍ସର ମଧ୍ୟ ହୋଇପାରେ । ତେଣୁ ଯଦି ଆପଣ ବି ପୁରୁଣା ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ନଚେତ ସ୍ୱାସ୍ଥ୍ୟ ଉପରେ ପଡିପାରେ ଅନେକ କୁପ୍ରଭାବ ।

     କରିପାରିବା?

    ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (ଏନଆଇଏଚ) ଏ ସମ୍ପର୍କରେ ଏକ ରିପୋର୍ଟ ଜାରି କରିଛି। ତେବେ ଆସନ୍ତୁ ଜାଣିବା ଏହାକୁ ଏଡାଇବା ପାଇଁ ଆପଣ କ’ଣ କରିପାରିବେ । ସର୍ବପ୍ରଥମେ, ପ୍ଲାଷ୍ଟିକ୍ ବୋତଲକୁ ଛାଡି ଷ୍ଟିଲ୍, କିମ୍ବା କାଚ ବୋତଲ ବ୍ୟବହାର କରନ୍ତୁ । ଦ୍ୱିତୀୟତଃ, ଏକ ୱାଟର ଫିଲ୍ଟରେସନ୍ ସିଷ୍ଟମ୍ ବ୍ୟବହାର କରନ୍ତୁ ଯାହା ଜଳରେ ପ୍ରଦୂଷକକୁ ହ୍ରାସ କରିପାରିବ, ବିଶେଷକରି ମାଇକ୍ରୋପ୍ଲାଷ୍ଟିକ୍ । ମାଇକ୍ରୋପ୍ଲାଷ୍ଟିକ୍ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ତା’ ନୁହେଁ ଏହି ବୋତଲ ସାମୁଦ୍ରିକ ଜୀବ, ନଦୀ ଏବଂ ସମଗ୍ର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇଥାଏ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସମସ୍ୟାକୁ ଆହୁରି ବଢାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.4kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ