Monday, March 16, 2026
24.3 C
Odisha

    ଗଞ୍ଜେଇ କାରବାରରେ ପୁଲିସର ସମ୍ପୃକ୍ତ “ଏଏସଆଇଙ୍କ ସମେତ ୪ ପୁଲିସ ନିଲମ୍ୱିତ

    ଆଗକୁ ପଢନ୍ତୁ

    ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ୪ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ କାରବାରରେ ସଂପୃକ୍ତ ଥ?ବା ଯୋଗୁଁ ନିଲମ୍ୱିତ ହୋଇଥିବା ଜଣା ପଡ଼ିଛି । କିଶୋରନଗର ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଜିତେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ମନୋଜ ନାୟକ, କନେଷ୍ଟବଳ ଲିଙ୍ଗରାଜ ମୁଦୁଲି ଓ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭର୍ ଅଜିତ୍ ସାହୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଜାଣିବା ପରେ ଏସପି ଦାୟିତ୍ୱରେ ଥିବା ଡିଆଇଜି ଉମା ଶଙ୍କର ଦାସ ସେମାନଙ୍କୁ ନିଲମ୍ୱନ କରିଛନ୍ତି । “ ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ପ୍ରାୟ ସବୁବେଳେ ଚୋରା ଗଞ୍ଜେଇ ବେପାରୀମାନେ ଅନୁଗୋଳ ଜିଲ୍ଲାର କିଆକଟାରୁ କିଶୋରନଗର ଦେଇ ୫୫ ନମ୍ୱର ଜାତୀୟ ରାଜପଥରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିଥାନ୍ତି । ସେମାନଙ୍କୁ ଅନୁଗୋଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ସୀମାନ୍ତରେ ଥିବା ଥାନା ଯଥା କିଆକଟା, କିଶୋରନଗର ଥାନାର କିଛି ଅସାଧୁ ପୁଲିସ କର୍ମଚାରୀ ଚୋରା ଚାଲାଣକାରୀଙ୍କୁ ଏସ୍କଟ କରି ୫୫ନମ୍ୱର ଜାତୀୟ ରାଜପଥ ପାର କରାଇଥାନ୍ତି । ଏ ବାବଦରେ ଏହି ଅସାଧୁ ପୁଲିସମାନେ ଚୋରା ଗଞ୍ଜେଇ ବେପାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ନେଇଥାନ୍ତି । ଏ ସମ୍ପର୍କରେ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଗଞ୍ଜେଇ ଗାଡ଼ି ସୁବିଧାରେ ପାର କରାଇବା ଦିଗରେ କାମ କରୁଥିବା ସୂଚନା ପାଇବା ପରେ ଡିଆଇଜି ଉମାଶଙ୍କର ଦାଶ ଏହି ଅସାଧୁ କର୍ମଚାରୀଙ୍କ ଉପରେ ନଜର ରଖିଥିଲେ । ଏନେଇ ପ୍ରମାଣ ପାଇବା ପରେ ୪ ଜଣଙ୍କୁ ନିଲମ୍ୱନ କରିଛନ୍ତି । ଉକ୍ତ ଅଞ୍ଚଳରେ ଗଞ୍ଜେଇ ଓ ଚୋରା ମଦ କାରବାର ବୃଦ୍ଧି ପାଉଥଲେ ହେଁ କିଶୋରନଗର ପୁଲିସ ବଟି ନେଇ ଗଂ ଗଞ୍ଜେଇ ବେପାରୀଙ୍କ ସହ ହାତ ମିଳାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ନିକଟରେ ଗଞ୍ଜେଇ ମାଫିଆମାନେ ଧରାପଡି ଜେଲକୁ ଯାଇଛନ୍ତି । ଗଞ୍ଜେଇ ମାଫିଆ କିଶୋରନଗର ଥାନା ଦମଦର ଗାଁର ଶମ୍ଭୁନାଥ ନାୟକ ଠାରୁ ଗତ କିଛିଦିନ ତଳେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଧରିବା ସହ ତାଠାରୁ ୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ କରିଥ?ଲା । ତା\’ର ସହଯୋଗୀ ସହ କିଛିଦିନ ତଳେ ବୌଦ୍ଧ, ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ନେଇ(ବାଇକ ଯୋଗେ) ଆଠମଲ୍ଲିକ ମାଣିକ ପଥର ଦେଇ କିଶୋରନଗର ପଟେ ଆସୁଥିବା ବେଳେ ଆଠମଲ୍ଲିକ ପୁଲିସ୍ ହାତରେ ଧରାପଡିଥିଲେ । ଶମ୍ଭୁନାଥକୁ ବରିଷ୍ଠ ପୁଲିସ ଅଧିକାରୀମାନେ ପଚରାଉଚରା ପରେ କିଶୋରନଗର ପୁଲିସର ଏଏସଆଇ ଜିତେନ୍ଦ୍ର ସାମନ୍ତ ସିଂହାର, କନେଷ୍ଟବଳ ମନୋଜ ନାଏକ, ଲିଙ୍ଗରାଜ ମୁଦୁଲି ଓ ଡ୍ରାଇଭର ଅଜିତ୍ ସାହୁ (ଏବେ ଜିଲ୍ଲା ପୁଲିସ୍ ହେଡ କ୍ୱାର୍ଟରରେ ଅଛନ୍ତି) ପ୍ରମୁଖ ଚୋରା ଗଞ୍ଜେଇ ଚାଲାଣରେ ଲକ୍ଷ ଲକ୍ଷ ଟଙ୍କା ନେଇ ସାହାଯ୍ୟ କରୁଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଡିଆଇଜି ଉମାଶଙ୍କର ଦାଶ କହିଛନ୍ତି, କିଛି ପୁଲିସ କର୍ମଚାରୀ ପରୋକ୍ଷରେ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ୱନ କରାଯାଇଛି । ଅଧିକ ତଦନ୍ତ କରାଯାଉଛି, ତଦନ୍ତ ପରେ ଦୃଢ଼ ପଦକ୍ଷେପ ନିଆଯିବ । ଏଠାରେ ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲାରେ ଥିବା କେତେକ ଥାନାରେ ପୁଲିସ କର୍ମଚାରୀମାନେ ରୀତିମତ ଭାବେ ଚୋରା ମାଦକ ଦ୍ରବ୍ୟ, ଚୋରା ମୂଲ୍ୟବାନ କାଠ ଏବଂ ଚୋରା କେନ୍ଦୁପତ୍ର ଚାଲାଣ ପ୍ରଭୃତିରେ ଲିପ୍ତ ଥାଆନ୍ତି, ସେମାନଙ୍କ ବିଷୟରେ ଆଗରୁ ବାରମ୍ୱାର ଗଣମାଧ୍ୟମରେ ବାହାରିଛି, କିନ୍ତୁ ସେତେବେଳର ଏସପି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯାହା ହେଉ ଡେରିରେ ହେଉପଛେ ଏବେ ଅନୁଗୋଳରେ ଥିବା ଏସପି ଏଥିପ୍ରତି ଧ୍ୟାନ ଦେଲେ ଏବଂ ଏଭଳି ପୁଲିସ ବେଶରେ ଥିବା ଚୋରମାନଙ୍କୁ ଦଣ୍ଡଦେଲେ । ଏଭଳି ପଦକ୍ଷେପକୁ ବୁଦ୍ଧ?ଜୀବୀମାନେ ସ୍ୱାଗତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ