Thursday, October 1, 2026
22.7 C
Odisha

    ମହିଳାଙ୍କୁ ବଲେରୋରେ ଉଠାଇ ନେଇ ଜଙ୍ଗଲରେ ପିଟିଲେ

    ଆଗକୁ ପଢନ୍ତୁ

    ଅନୁଗୁଳ: ଠାକୁରଗଡ଼ ଥାନା ସାନଦାଦର ଗ୍ରାମର ଜଣେ ମହିଳାଙ୍କୁ ଘରୁ ବିଳମ୍ୱିତ ରାତିରେ ଉଠାଇ ନେଇ ଜଙ୍ଗଲରେ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏ ନେଇ ନମ୍ୱର ୧୪୧/୨୪ ରେ ଏକ ମାମଲା ରୁଜୁ କରିଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ମହିଳା ଜଣଙ୍କ ତାଙ୍କ ଘରେ ଥିବାବେଳେ କୁସୁମଦରକ୍ଷ ଗ୍ରାମର ଦୀପକ ଦାସ, ମାୟା ପ୍ରଧାନ, ବିମ୍ୱା ମହାକୁଡ଼, ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମର ନିରୋଦ ଦାସ, ଛେଣ୍ଡିପଦା ଥାନା କୁରୁଡ଼ା ଗ୍ରାମର ବାବୁଲି ଦାସ, କିଶୋରନଗର ଥାନା ବରପଦର ଗ୍ରାମର ରିଙ୍କୁ ଦାସ ଉକ୍ତ ମହିଳାଙ୍କ ଘରେ ଏକ ବାଲେରୋ ଗା?ିରେ ପହଞ୍ଚି ପ୍ରଥମେ ମାଡ଼ ମାରିଥିଲେ । ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ବାଲେରୋରେ ବସାଇ ଏକ ଜଙ୍ଗଲ ସ୍ଥାନକୁ ନେଇ ଯାଇ ପୁଣି ମାଡ଼ମାରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ । ମହିଳା ଜଣଙ୍କ ଗୁରୁତର ହୋଇ ପଡିବା ପରେ ତାଙ୍କୁ ଘରେ ଛାଡି ପଳାଇ ଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏ ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ କାହାକୁ ଗିରଫ କରାଯାଇ ନଥିବା ଜଣାପ?ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ