Thursday, April 2, 2026
25.4 C
Odisha

    ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର… ଆଉ ତା ପରେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ ଧରି ନାଚିଥିବା ରାଜନେତା ଜଣଙ୍କ ହେଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ।
    ବୁଧବାର ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ହୋଇଥିବା ଗଣେଶ ପୂଜା ଭସାଣୀରେ ଜଣେ ଯୁବକଙ୍କ କାନ୍ଧ ଉପରେ ବସି ବନ୍ଧୁକ ଧରି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଧୁକଟି ଅସଲି ହୋଇଥିବା ଶୁଣିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଭସାଣ ଉତ୍ସବରେ କର୍ପୋରେଟଙ୍କୁ ବନ୍ଧୁକ ଧରି ନାଚିବାକୁ ଅନୁମତି ଦେଲା କିଏ ?

    ଅନ୍ୟପଟେ ପୋଲିସ ଉପସ୍ଥିତ ଥାଇ ମଧ୍ୟ କର୍ପୋରେଟରଙ୍କୁ ବାରଣ ନକରି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ତେଣୁ ରାଜନେତାଙ୍କ ଏହି ଭିଡିଓ ମୋବାଇଲକୁ ମୋବାଇଲ ଘୁରିବୁଲିବା ସହ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେବା ପରେ କର୍ପୋରେଟଙ୍କୁ ଡିସିପି ଅଫିସରୁ ନୋଟିସ ଯାଇଛି । ଏହାସହ ଉକ୍ତ ବନ୍ଧୁକକୁ ଆଣି ଡିସିପି ଅଫିସର ଆଣି ହାଜର ହେବାକୁ ଡିସିପି ଅଫିସ ପକ୍ଷରୁ କୁହାଯାଇଛି ।

    ଏନେଇ କର୍ପୋରେଟ ଜୀବନ କହିଛନ୍ତି ଭସାଣି ଉତ୍ସବରେ କେନ୍ଦ୍ରାପଡାରୁ ବାଜା ବାଲା ଡକାଯାଇଥିଲା । ତେଣୁ ଉକ୍ତ ବନ୍ଧୁକଟି ବାଜାବାଲାଙ୍କର ଓ କାଠ ବୋଲି ସେ କହିଛନ୍ତି । ପୂର୍ବରୁ କର୍ପୋରେଟ ଜୀବନଙ୍କ ନାଁ ରେ ମାମଲା ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି କର୍ପୋରେଟର ଜଣଙ୍କ ଗିରଫ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ