Friday, October 16, 2026
28.4 C
Odisha

    ଗତ ୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୯୯ ସରକାରୀ ବାବୁ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତ ୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଲେଣି। ୧୯୯ ଦୁର୍ନୀତି ସରକାରୀ ଅଧିକାରୀଙ୍କୁ ଧରିଲାଣି ଭିଜିଲାନ୍ସ। ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା। ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି,ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଛି। ୨୦୨୪ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ (ତା.୧୫.୦୯.୨୦୨୫ ରିଖ ମଧ୍ୟରେ) ରାଜ୍ୟ ଭିଜିଲାନ୍ସ ବିଭାଗ ୭୭ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ମୋଟ୍ ୨୦୨.୫୮ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପରି ଜବତ କରିଛି ଭିଜିଲାନ୍ସ। ଉକ୍ତ ଆୟ ବହିର୍ଭୂତ ସମ୍ପଭି ମଧ୍ଯରୁ ନଗଦ ରାଶି ୮.୩୮କୋଟି ଟଙ୍କା, ୨୧୮ ଗୋଟି ଫ୍ଲାଟ, ୭୭୫ ଗୋଟି ପ୍ଲଟ, ୧୬ ଟି ସୁନା ବିସ୍କୁଟ ସହିତ ମୋଟ ୨୫ କିଲୋ ୫୫୩ ଗ୍ରାମର ସୁନା ଅଳଙ୍କାର, ୧୩ ଗୋଟି ଫାର୍ମ ହାଉସ, ୪୪.୨୧ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କାର ବିମା ରାଶି ଅନ୍ତର୍ଭୁକ୍ତ ଅଟେ।ଏହି ସମୟ ମଧ୍ୟରେ ମୋଟ ୭୮୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି। ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଦ୍ବାରା କେସ୍ ରୁଜୁ କରାଯାଇଥିବା ପ୍ରମୁଖ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯାଉଥିବା କାରଣରୁ ସେମାନଙ୍କୁ ସେହି ସମୟରେ ଗିରଫ କରାଯାଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ