Friday, October 16, 2026
28.4 C
Odisha

    ନିଷ୍ଠା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସବୁଦିନ ମନେ ରହିବେ ରାଜେନ୍ଦ୍ର: ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ନୂଆପଡାରେ ଏକ ଶୋକସଭା ଆୟୋଜିତ କରାଯାଇଥିଲା। ଏହି ସଭା‌ରେ ଆଭାସି ଜରିଆରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

    ଏହି ଅବସରରେ ନବୀନ ପଟ୍ଟନାୟକ କହିଥିଲେ ଯେ, ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳର ଗୋଟେ ସ୍ତମ୍ଭ ଥିଲେ। ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା। ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରୁଥିଲେ। ସେ ଲୋକଙ୍କ ସୁଖଦୁଃଖର ସାଥି ଥିଲେ। ସେ ବହୁବାର ବିଧାୟକ ହୋଇଛନ୍ତି। ମନ୍ତ୍ରୀ ହୋଇଛନ୍ତି।କିନ୍ତୁ ତୃଣମୂଳ ସ୍ତରରେ ସବୁବେଳେ ସେ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରୁଥିଲେ। ଭିତ୍ତିଭୂମି ବିକାଶ ବିଶେଷ କରି ନୂଆପଡାରେ ବିଜୁ ଏକ୍ସପ୍ରେସ ୱେ, ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ସ୍ବର୍ଗତ ଢୋଲକିଆ ବହୁତ ଭଲ କାମ କରିଥିଲେ। ସେହିପରି ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ସହ ନୂଆପଡାରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଢୋଲକିଆ ବାବୁଙ୍କ ଅବଦାନ ବହୁତ ବେଶୀ । ସମାଜସେବା କ୍ଷେତ୍ରରେ ଢୋଲକିଆ ବାବୁଙ୍କ ବିଶେଷ ରୁଚି ଥିଲା। ଗରିବ ଲୋକଙ୍କ ବିବାହ ହେଉ ବା ଚକ୍ଷୁ ଚିକିତ୍ସା ଶିବିର ଓ ଭିନ୍ନକ୍ଷମମାନଙ୍କ ପାଇଁ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା ଜାରି ରଖିଥିଲେ। ଅନେକ ମନ୍ଦିର,ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦିର ପୁନଃରୁଦ୍ଧାରରେ ସେ ନିଜକୁ ସାମିଲ କରିଥିଲେ।
    ତାଙ୍କର ସ୍ବଭାବ ବିଷୟରେ ଜଣାଇ ନବୀନ ପଟ୍ଟନାୟକ କହିଥିଲେ ଯେ, ଢ଼ୋଲକିଆଜୀଙ୍କର ଶାନ୍ତସରଳ ସ୍ବଭାବ, ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ। ସେ ଆଜି ଆମ ଭିତରେ ନାହାନ୍ତି ସତ। କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକଙ୍କ ହୃଦୟରେ ସବୁବେଳେ ରହିବେ। ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିବେ।

    ଏଭଳି କହିବା ପରେ ନବୀନ ପଟ୍ଟନାୟକ ତାଙ୍କ ପତ୍ନୀ କଳ୍ପନାଜୀ, ପୁଅ ଜୟ ଓ ନୂଆପଡାବାସୀଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୁରା କରିବାକୁ ତାଙ୍କ ପରିବାର ସହ ସେ ନିଜେ ଓ ବିଜୁ ଜନତା ଦଳ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ