Monday, April 6, 2026
33.6 C
Odisha

    ଗରମରୁ ଝାଳ ଦୁର୍ଗନ୍ଧ ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ, ପରଫ୍ୟୁମ କରନ୍ତୁ ବାଏ ବାଏ

    ଆଗକୁ ପଢନ୍ତୁ

    ପାଖେଇ ଆସୁଛି ଖରାଦିନ । ଦିନକୁ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଗଲାଣି । ଆଉ ଖରାଦିନେ ଦେହରୁ ଝାଳ ବାହାରିବା ଖୁବ୍ ସାଧାରଣ କଥା । କିନ୍ତୁ ଅନେକ ସମୟରେ ଝାଳ ବାହାରିବା କାରଣରୁ ଆମକୁ ଖରାପ ଅନୁଭବ ହୋଇଥାଏ ।  ଏହି କାରଣରୁ ଲୋକଲଜ୍ଜା  ହେବାକୁ ମଧ୍ୟ ପଡ଼ିଥାଏ । ତେବେ ନିଜକୁ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ଅନେକ ସମୟରେ ବହୁଜଣ ଭିନ୍ନ ଭିନ୍ନ ପ୍ରକାରର ପରଫ୍ୟୁମ୍ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଶରୀରର ଦୁର୍ଗନ୍ଧ ଦୂର କରିବାର ଏକ ସହଜ ଏବଂ ସରଳ ଉପାୟ ବିଷୟରେ ଜଣାଇବୁ ।

    ଏଥି ସହ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ବାରମ୍ବାର ଗାଧୋଇଲେ ମଧ୍ୟ ଦେହରୁ ଝାଳ ବାହାରି ଥାଏ । ଏହି କାରଣରୁ ଦେହରୁ ଖରାପ ବାସ୍ନା ମଧ୍ୟ ବାହାରିଥାଏ । ଏଥି ସହ ଏହି ଦୁଗର୍ନ୍ଧ ଯୋଗୁଁ ଆଖପାଖ ଲୋକେ ନାକ ଟେକିଥାନ୍ତି । ଫଳରେ ଲଜ୍ଜିତ ହେବାକୁ ପଡ଼ିଥାଏ । ବିରକ୍ତି ମଧ୍ୟ ଲାଗିଥାଏ । ଯଦି ଆପଣ ଏହି ସବୁ ସମ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଜାଣିବା କିଛି ଖାସ୍ କଥା ବିଷୟରେ । ଯାହା ଆମ ଶରୀରରେ ଯେତେ ଝାଳ ବାହାରିଲେ ମଧ୍ୟ ଦୁଗର୍ନ୍ଧ ହେବ ନାହିଁ ।

    ଦୈନନ୍ଦିନ ଘରେ ବ୍ୟବହାର ହେଉଥିବା ବେକିଂ ସୋଢ଼ା ଏବଂ ଲେମ୍ବୁ ଆପଣଙ୍କୁ ଦୁର୍ଗନ୍ଧଯୁକ୍ତ ଝାଳରୁ ମୁକ୍ତି ଦେବ । ଏଥିପାଇଁ ଦୁଇ ଚାମଚ ସୋଢ଼ାରେ ୨ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏବେ ଏହି ପେଷ୍ଟକୁ କାଖରେ ଲଗାଇ ୧୫ ମିନିଟ ଛାଡ଼ି ଦିଅନ୍ତୁ । ଏହାପରେ ଧିରେ ଧିରେ ଥଣ୍ଡା ପାଣିରେ ଏହାକୁ ଧୁଅନ୍ତୁ । ଦେଖିବେ ଏପରି ନିୟମିତ କରିବା ଦ୍ବାରା କାଖ ଦୁର୍ଗନ୍ଧରୁ ରକ୍ଷା ମିଳିବା ସହ କଳାଦାଗ ମଧ୍ୟ ଦୂର ହେବ।

    ଏଥି ସହ ଜାଣିରଖନ୍ତୁ ଯେ, ଗାଧୋଇଥିବା ସମୟରେ ପାଣିରେ କିଛି ମାତ୍ରାରେ ଲେମ୍ବୁ ରସ ମିଶାଇ ଗାଧାନ୍ତୁ। ଏଭଳି ନିୟମିତ କରିବା ଦ୍ବରା ଖୁବ୍ ଶୀଘ୍ର ଶରୀରର ଝାଳ ଦୁର୍ଗନ୍ଧରୁ ରକ୍ଷା ମିଳିବ । ଏହା ସହ ଯଦି ଆପଣଙ୍କର ଡ଼ିଓଡ଼୍ରେଣ୍ଟ ବା ପରଫ୍ୟୁମ୍ ଶେଷ ହୋଇଯାଇଛି ତେବେ ଲେମ୍ବୁ କୁ କିଛି ସମୟ କାଖରେ ଘଷନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କର କମ୍ ଝାଳ ବାହାରିବା ସହ ଦିନସାରା ଦୁର୍ଗନ୍ଧ ମୁକ୍ତ ରହିବେ । ଏଥି ସହ ଆହୁରି ମଧ୍ୟ ଜାଣନ୍ତୁ କିପରି ଆପଣ ଫୁଲ ପରି ବାସ୍ନା ହେବେ ।

    ଗୋଲାପ ଫୁଲ ପାଣିରେ ଗାଧୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ସେଥିପାଇଁ ଗୋଲାପ ଫୁଲ ପାଖୁଡ଼ାକୁ କୁଣ୍ଡରେ ପକାନ୍ତୁ । କିଛି ସମୟ ପରେ ସେହି ପାଣିରେ ଗାଧୁଅନ୍ତୁ । ଦେଖିବେ ଆପଣ ଝାଳ ସମସ୍ୟାରୁ ମୁକ୍ତି ପାଇବେ । ଏଥିସହିତ ମଲ୍ଲୀ ଫୁଲକୁ ପାଣିରେ ପକାନ୍ତୁ। ଏହି ପାଣିରେ ଗାଧାନ୍ତୁ । ଏହା କରିବା ଦ୍ୱାରା ଝାଳ ସମସ୍ୟାରୁ ମୁକ୍ତି ପାଇବେ ଓ ଦିନସାରା ଆପଣଙ୍କୁ ଫ୍ରେସ୍ ଲାଗିବ । ଏଥି ସହ ଶାରୀରିକ ଓ ମାନସିକ ଅଶାନ୍ତି ମଧ୍ୟ ଦୂର ହେବକୁ ଲାଗିବ । କିଛି ବୁନ୍ଦା ଦେହ ଲଗା ତେଲ ବାଥ ଟବ୍ ପକାଇ ଗାଧାନ୍ତୁ । ଏଥି ସହ କିଛି ନିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ । ପରେ ତାକୁ ଥଣ୍ଡା କରି ଗାଧାନ୍ତୁ । ଯଦି ଆପଣ ନିୟମିତ ଏହି ଟିପ୍ସକୁ ଫଲୋ କରନ୍ତି, ତେବେ ଦେଖିବେ ଆପଣଙ୍କର ଟେନସନ୍ ବହୁ ଶୀଘ୍ର ଦୂର ହେବ ଏବଂ ଆପଣ ଫୁଲ୍ ପରି ବାସିବାକୁ ଲାଗିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ