Monday, March 17, 2025
39.1 C
Odisha

    ଗରମ ଦିନେ ଫ୍ରିଜ୍‌ ପାଣି ପିଉଥିଲେ ସାବଧାନ

    ଆଗକୁ ପଢନ୍ତୁ

    ଗରମ ଦିନ ଆସିବା ମାତ୍ରେ ଲୋକମାନେ ଥଣ୍ଡା ପାଣି ପିଇବା ଆରମ୍ଭ କରନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ ଏବେ ଥଣ୍ଡା ପାଣି ପିଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି । ଏହାସହିତ ଥଣ୍ଡା ପାଣି ଶରୀରକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ପହଞ୍ଚାଇଥାଏ ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ । ଫ୍ରିଜ୍ ପାଣି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ ।

    ଥଣ୍ଡାପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଅନ୍ତନଳୀ ପ୍ରବଳ ଥଣ୍ଡା ହୋଇଯାଇଥାଏ । ଯାହାଦ୍ୱାରା ସେ ନିଜର କାମ ଠିକ୍ ଭାବେ କରିପାରିନଥାଏ । ପରିଣାମସ୍ୱରୂପ ଆମର ପେଟ ଠିକ୍ ଭାବେ ସଫା ହୋଇପାରି ନଥାଏ ।ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି । ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ ମଧ୍ଯ କମ୍ କରିଦେଇପାରେ । ଫ୍ରିଜ୍ ପାଣି ପିଇବା ଦ୍ଵାରା ଗଳା ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତାହେଲେ ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହେବା ବହୁତ୍ ସାଧାରଣ କଥା ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    14 %
    3.6kmh
    7 %
    Mon
    40 °
    Tue
    39 °
    Wed
    40 °
    Thu
    40 °
    Fri
    37 °

    ସମ୍ବନ୍ଧିତ