Friday, October 2, 2026
22.2 C
Odisha

    ଗରମ ଦିନେ ମେହେନ୍ଦୀ ଲଗାଇବାର ଫାଇଦା: ସୁନ୍ଦରତା ବଢ଼ାଇବା ସହ ଗରମରୁ ଦିଏ ମୁକ୍ତି

    ଆଗକୁ ପଢନ୍ତୁ

    ଏବେ ତ ଗ୍ରୀଷ୍ମ ଋତୁ ଚାଲିଛି। ଲୋକମାନେ ତାତିରେ ଢହଳବିକଳ ହେଉଛନ୍ତି। ବିଶେଷ ରୂପେ ଜୁନ ମାସରେ ଅଧିକ ଗରମ ହୋଇଥାଏ। ଏହି ମାସରେ ଗରମରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକମାନେ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। ଏହି ମାସରେ ମେହେନ୍ଦୀ ଲଗାଇବା ଲାଭକାରୀ ହୋଇଥାଏ। ନିଜକୁ ସତେଜ ରଖିବା ସହ ଗରମରୁ ରକ୍ଷା କରିବା ପାଇଁ ମେହେନ୍ଦୀ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଗରମରୁ ରକ୍ଷା ପାଇବା ପାଇଁ କିପରି ବ୍ୟବହାର କରିବେ ମେହେନ୍ଦୀ।

    କେଶରେ ଲଗାନ୍ତୁ ମେହେନ୍ଦୀ : କେଶରେ ମେହେନ୍ଦୀ ଲଗାଇବା ଦ୍ୱାରା ଅଧିକ ଗରମ ସମସ୍ୟାରୁ ରକ୍ଷା ପାଇପାରିବେ। ଏଥିସହ ମେହେନ୍ଦୀ ଲଗାଇବା ଦ୍ୱାରା କେଶର ସୁନ୍ଦରତା ବଢିଥାଏ।

    ମୁଣ୍ଡକୁ ଥଣ୍ଡା ରଖିଥାଏ : ମେହେନ୍ଦୀ ଲେପ ଲଗାଇବା ଦ୍ୱାରା ମୁଣ୍ଡକୁ ଥଣ୍ଡା ମିଳିଥାଏ। ଏହାକୁ ବ୍ୟବହାର କରି ଆପଣ ନିଜକୁ ସତେଜ ରଖିପାରିବେ। ମେହେନ୍ଦୀ ଲେପ କେଶରେ କଣ୍ଡିସନିଂ ଭଳି କାମ କରିଥାଏ।

    କେଶ ପାଇଁ ଉପକାରି : ମେହେନ୍ଦୀରେ ଆଣ୍ଟିସେପ୍ଟିକ ଗୁଣ ରହିଥାଏ, ଯାହା ରୂପି ଏବଂ କେଶ ମୂଳ କୁଣ୍ଡେଇ ହେବା ସମସ୍ୟା ଦୂର କରିଥାଏ। ମେହେନ୍ଦୀ ବ୍ୟବହାର କରିବା ଦ୍ୱାରା କେଶକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ।

    ତେବେ ଆସନ୍ତୁ ଜାଣିବା ମେହେନ୍ଦୀ ଲଗାଇବାର ସଠିକ ଉପାୟ:-

    ରାତିରେ ଦହି ଏବଂ ମେହେନ୍ଦୀକୁ ଭିଜାଇ ରଖନ୍ତୁ। ସକାଳେ ଏହି ପେଷ୍ଟକୁ କେଶରେ ଲଗାନ୍ତୁ। ମେହେନ୍ଦୀ ଲଗାଇବାର ଏକ ଘଣ୍ଟା ପରେ କେଶ ଧୋଇଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ