Friday, October 2, 2026
22.2 C
Odisha

    ମମତାଙ୍କୁ ରୋକଠୋକ ଶୁଣାଇଲେ ଗଜପତି, ଦୀଘାର ସବୁ ସ୍ଥାନରୁ ହଟିନି ଜଗନ୍ନାଥ ଧାମ ନାମ ଫଳକ

    ଆଗକୁ ପଢନ୍ତୁ

    ପୁରୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋକଠୋକ ଶୁଣାଇଲେ ଗଜପତି ମହାରାଜ। କହିଲେ, ଦୀଘା ଜଗ୍ନନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ। ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତରୁ କ୍ଷାନ୍ତ ରହିବାକୁ କହିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳ ପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ। ତେଣୁ ଦୀଘାରେ ଜଗନ୍ନାଥ ମନ୍ଦିର ଜଗନ୍ନାଥଧାମ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ।

    ଦୀଘାରେ ବିଗ୍ରହମାନଙ୍କୁ ସମର୍ପଣ କରାଯାଉଥିବା ନୈବେଦ୍ୟକୁ ମହାପ୍ରସାଦ କୁହାଯାଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଦୀଘା ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟିଙ୍କୁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତରୁ କ୍ଷାନ୍ତ ରହିବାକୁ ନିବେଦନ କରିଛନ୍ତି ଗଜପତି ମହାରାଜା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ