Tuesday, September 29, 2026
28.1 C
Odisha

    ଗରିବଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ ; ହୃଦଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭବାନୀପାଟଣା : କଳାହାଣ୍ଡିର ଖ୍ୟାତି ସମ୍ପନ୍ନ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ(୭୦)ଙ୍କ ର ଆଜି ହୃଦଘାତରେ କୋଏମ୍ବାଟୁରରେ ମୃତ୍ୟୁ ଘଟିଛି। ସାନ ଝିଅ, ଜ୍ୱାଇଁ ଏବଂ ଧର୍ମପତ୍ନୀଙ୍କ ସହିତ ସେ ଗତ ରବିବାର ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ। ଆଜି ସକାଳେ କୋଏମ୍ବାଟୁର ସ୍ଥିତ ହୋଟେଲରେ ନିତ୍ୟକର୍ମ କଲାବେଳେ ସେ ଅସୁସ୍ଥ ହୋଇପଡ଼ିଲେ। ହୋଟେଲ ନିକଟସ୍ଥ ଡାକ୍ତରଖାନାକୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
    ଦୀର୍ଘ ୩ ଦଶନ୍ଧି ଧରି କଳାହାଣ୍ଡି ଜିଲଲ୍ଲାରେ ରୋଗୀସେବା କରିବା ମଧ୍ୟରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପାଷ୍ଟିଗୁଡ଼ି ଡାକ୍ତରଖାନାରେ ଅବସ୍ଥାପିତ ଥିଲେ। ଅବସରର ପରେ ମଧ୍ୟ ସେ ନିରନ୍ତର ରୋଗୀ ସେବାକୁ ପ୍ରାଧାନ୍ୟ ଦେଉଥିଲେ। ଗରିବ ରୋଗୀଙ୍କୁ ସମ୍ପୂର୍ଣ ମାଗଣା ଏବଂ ଅନ୍ୟମାନେ ଯିଏ ଯେତେଦେଲେ ଏପରିକି ଏବେ ମଧ୍ୟ ୧୦ ରୁ ସର୍ବାଧିକ ୫୦ ଟଙ୍କା ଫି ନେଉଥିଲେ। ତାଙ୍କର ପରାମର୍ଶ ଶୈଳୀରେ ଅଧାରୋଗ ଭଲ ହେଉଥିବାରୁ ସେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରଶଂସା ଭାଜନ୍ ହେଇଥିଲେ। ଅବସରପରେ ପ୍ରତି ଗୁରୁବାର ଦିନ ଜୁନାଗଡ଼, ବଲଦିଆମାଲ, ଧର୍ମଗଡ , ମୁଖିଗୁଡ଼ା ପ୍ରଭୃତି ସ୍ଥାନରେ ସେ ସମ୍ପୂର୍ଣ ମାଗଣାରେ ରୋଗୀ ସେବା କରୁଥିଲେ। ତାଙ୍କ ଜନ୍ମମାଟି ବରଗଡ଼ ଜିଲ୍ଲା ହେଇଥିଲେ ମଧ୍ୟ ସେ ଭବାନୀପାଟଣା ସହର ଶକ୍ତିନଗର ପଡାରେ ରହୁଥିଲେ। ତାଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ପୁଅ ମନୀଷ ଜମ୍ମୁରେ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ