Friday, April 3, 2026
36.1 C
Odisha

    ଗରିବଙ୍କ ପାଇଁ ସରକାର ସମ୍ବେଦନଶୀଳ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତି ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି। ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାର ସମାଜର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର କ୍ଷମତାକୁ ଆସିଲା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି। ଏହାସହ ୩୭୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ବିଭିନ୍ନ ସହାୟତା ବାବଦରେ ୩ହଜାର ୯୫୧ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଦିଆଯାଇଛି। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୪ ଲକ୍ଷରୁ ଅଧିକ ଅଣସଂଗଠିତ ଶ୍ରମିକଙ୍କୁ ୨୩ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ ଦିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏହା ସହ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଷ୍ଟେଟ୍ ଆକ୍ସନ୍‌ ପ୍ଲାନ୍‌ ମଧ୍ୟ ତିଆରି କରାଯାଇଛି।

    ଅନ୍ତର୍ଜାତୀୟ ଶ୍ରମିକ ଦିବସ

    ‘ଓଡ଼ିଶା ଶ୍ରମିକସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ
    ଡୁମୁଡୁମା, କଳ୍ପନା ଛକରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦ୍‌ଘାଟିତ

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ କରିଥିଲେ। ଏହା ଆପ୍‌ ଦ୍ୱାରା ଶ୍ରମିକମାନେ ସହଜରେ ଓ ସୁବିଧାରେ ଘରେ ବସି ବିଭିନ୍ନ ସେବା ପାଇ ପାରିବେ। ଏହାସହ ରାଜଧାନୀର ଡୁମ୍‌ଡୁମା ଓ କଳ୍ପନା ଛକରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି। ଆଗକୁ କଟକ , ରାଉରକେଲା, ସମ୍ବଲପୁର, କେନ୍ଦୁଝର ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ।  ଶ୍ରମ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ କହିଥିଲେ, ସ୍ୱାଧୀନତା ପରେ ରାଜ୍ୟରେ ଯାହା ବି ବିକାଶ ହୋଇଛି, ସବୁର ମୂଳ ଆଧାର ହେଉଛନ୍ତି ଶ୍ରମିକ ଭାଇ ଓ ଭଉଣୀ। ସେମାନଙ୍କ କଠିନ ପରିଶ୍ରମ ବଳରେ ଆଜି ଓଡ଼ିଶା ଏହି ସ୍ଥାନରେ ପହଞ୍ଚିଛି।

    ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ଭୁବନେଶ୍ୱର ମହାନଗର ନିଗମରେ କାମ କରୁଥିବା ବେଳେ ସ୍ୱପ୍ନ ଥିଲା ଶ୍ରମିକଙ୍କ ପାଇଁ ଏକ ପ୍ରତୀକ୍ଷା କେନ୍ଦ୍ର ସ୍ଥାପନ କରିବା। ଆଜି ଏହି ସ୍ୱପ୍ନ ପୂରଣ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଅଭିଭାଷଣ ରଖିଥିଲେ। ଶ୍ରମ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ସ୍ୱାଗତ ଭାଷଣ  ଓ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ