Sunday, September 8, 2024
24.3 C
Odisha

    ଗର୍ଭାବସ୍ଥାରେ ଶାରୀରିକ ସମ୍ବନ୍ଧ ରଖିବା କେତେ ସୁରକ୍ଷିତ ? କଣ କହୁଛି ରିସର୍ଚ୍ଚ

    ଆଗକୁ ପଢନ୍ତୁ

    ଗର୍ଭାବସ୍ଥାରେ ମହିଳା ମାନେ ଖୁବ ସୁରକ୍ଷିତ ଏବଂ ସତର୍କ  ରହିଥାନ୍ତି। କାରଣ ଏହା ଗୋଟିଏ ଏଭଳି ସମୟ ଯେତେବେଳେ ୨ଟି ଜୀବନ ଜଣଙ୍କ ହାତରେ ରହିଥାଏ l ସାମାନ୍ୟ ଅସାବଧାନତା ଯୋଗୁଁ ବିପଦକୁ ଟାଣି ନେଇଥାଏ l ତେଣୁ ଏହି ସମୟରେ ମା ଓ ଛୁଆଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ କାର୍ଯ୍ୟକୁ ଦେଖିଚାହିଁ କରିବା ଜରୁରୀ l ସେହି କାର୍ଯ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଯୌନ ସମ୍ବନ୍ଧ l ଅନେକ ସ୍ଥିତିରେ ମହିଳା ମାନେ ଗର୍ଭାବସ୍ଥାର ୩ମାସ ପରେ ସେକ୍ସ କରିବାକୁ ଇଚ୍ଛା କରି ନଥାଆନ୍ତି ଏବଂ ଅନେକ କ୍ଷେତ୍ରରେ ମାର ସ୍ଥିତି ଦେଖି ଡାକ୍ତର ମଧ୍ୟ ସେକ୍ସ କରିବାକୁ ବାରଣ କରିଥାଆନ୍ତି ।ତେବେ ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ –

    ଏହିସବୁ ସ୍ଥିତିରେ ଡାକ୍ତର ସେକ୍ସ କରିବାକୁ ଡାକ୍ତର ବାରଣ କରନ୍ତି –
    ଅନେକ ସମୟରେ ମହିଳାମାନଙ୍କର ବ୍ଲିଡିଙ୍ଗ ହେବାର ସମ୍ଭାବନାକୁ ଦେଖି ଡାକ୍ତର ସେକ୍ସ କରିବାକୁ ବାରଣ  କରିଥାଆନ୍ତି l

    ଅନେକ କ୍ଷେତ୍ରରେ ମା ମାନଙ୍କର ଦୁର୍ବଳ ଗର୍ଭ ଦେଖାଯାଇଥାଏ ଅର୍ଥାତ ଆପଣଙ୍କ ପେଲବୀକ ଫ୍ଲୋର ପିଲା ଓ ସେକ୍ସକୁ ସପୋର୍ଟ କରିବାକୁ ସମର୍ଥ ନଥାଏ l ଏପରି କ୍ଷେତ୍ରରେ ଡାକ୍ତର ମନା କରିଥାଆନ୍ତି l

    ଅନେକ କ୍ଷେତ୍ରରେ ମଧ୍ୟ ଅନେକ ମହିଳାଙ୍କର ବାରମ୍ବାର ମିସ କ୍ୟାରେଜ ହୋଇଥାଏ, ଏପରି ସ୍ଥିତିରେ ଗର୍ଭ ଧାରଣ କରିବା ପରେ ଡାକ୍ତର ସେକ୍ସ କରିବାକୁ ବାରଣ କରନ୍ତି l ନଚେତ ଏହା ଉଭୟ ଗର୍ଭସ୍ଥ ଶିଶୁ ଓ ମା ଙ୍କ ପାଇଁ କ୍ଷତିକାରକ ହୋଇଥାଏ l

    ଯଦିବି କେହି ଦମ୍ପତି ଗର୍ଭାବସ୍ଥାରେ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏବଂ ସମ୍ବନ୍ଧ ସମୟରେ କଣ୍ଡୋମ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ l ଅନେକ ସମୟରେ ପୁରୁଷ ମାନଙ୍କ ଠାରେ ଥିବା କୌଣସି ଇନଫେକ୍ସନ ଗର୍ଭସ୍ଥ ଶିଶୁ ପାଇଁ ବିପଦ ମଧ୍ୟ ହୋଇପାରେ l

    ଗବେଷକ ଙ୍କ ମତରେ ଗର୍ଭାବସ୍ଥାରେ ପୁରୁଷମାନେ ସତର୍କତା ର ସହିତ ଶାରୀରିକ ସମ୍ବନ୍ଧ ରଖିବା ଜରୁରୀ ଏବଂ ତାହା ପୁଣି ନିଜ ପାର୍ଟନର ସହିତ ଜୋର ଜବରଦସ୍ତି କରି ରଖିବା ଉଚିତ ନୁହେଁ l ନଚେତ ଏହା ଉଭୟ ମା ଏବଂ ଛୁଆ ଙ୍କ ପାଇଁ ବିପଦର କାରଣ ହୋଇପାରେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ