Saturday, March 14, 2026
23.2 C
Odisha

    ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର, ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

    ଆଗକୁ ପଢନ୍ତୁ

    ଭଦ୍ରକ : ଜାତୀୟ ରାଜପଥରେ ଜଳିଲା ଗୋ-ଚାଲାଣ ଗାଡ଼ି । ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର । ୧୬ ନଂ NHର ନଳାଙ୍ଗ ନିକଟରେ ବେଆଇନଭାବେ ଗୋଚାଲାଣର ଖବର ପାଇ ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଗାଡ଼ିରୁ୧୨ଟି ଗୋରୁଙ୍କୁ ଉଦ୍ଧାର କରିବା ପରେ ଗାଡ଼ିକୁ ଜାଳିଦେଲେ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

    କୌଣସି ସୂତ୍ରେ ଖବରପାଇ ସ୍ଥାନୀୟ ଗୋ-ସେବକମାନେ ଗୋରୁ ବୋଝେଇ ଗାଡିକୁ ନଳାଙ୍ଗ ଛକରେ ଥିବା ଏକ ପେଟ୍ରୋଲ ପମ୍ପ ସମୁଖ ରାସ୍ତାରେ ଅଟକାଇଥିଲେ । ଗାଡ଼ିରୁ ୧୨ ଗୋଟି ଗୋରୁଙ୍କୁ ଉଦ୍ଧାର ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଦୀର୍ଘ ଘଣ୍ଟାଏ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା । ଖବରପାଇ ଗ୍ରାମାଞ୍ଚଳ ପୋଲିସଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ