Thursday, October 30, 2025
23 C
Odisha

    ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର, ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

    ଆଗକୁ ପଢନ୍ତୁ

    ଭଦ୍ରକ : ଜାତୀୟ ରାଜପଥରେ ଜଳିଲା ଗୋ-ଚାଲାଣ ଗାଡ଼ି । ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର । ୧୬ ନଂ NHର ନଳାଙ୍ଗ ନିକଟରେ ବେଆଇନଭାବେ ଗୋଚାଲାଣର ଖବର ପାଇ ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଗାଡ଼ିରୁ୧୨ଟି ଗୋରୁଙ୍କୁ ଉଦ୍ଧାର କରିବା ପରେ ଗାଡ଼ିକୁ ଜାଳିଦେଲେ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

    କୌଣସି ସୂତ୍ରେ ଖବରପାଇ ସ୍ଥାନୀୟ ଗୋ-ସେବକମାନେ ଗୋରୁ ବୋଝେଇ ଗାଡିକୁ ନଳାଙ୍ଗ ଛକରେ ଥିବା ଏକ ପେଟ୍ରୋଲ ପମ୍ପ ସମୁଖ ରାସ୍ତାରେ ଅଟକାଇଥିଲେ । ଗାଡ଼ିରୁ ୧୨ ଗୋଟି ଗୋରୁଙ୍କୁ ଉଦ୍ଧାର ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଦୀର୍ଘ ଘଣ୍ଟାଏ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା । ଖବରପାଇ ଗ୍ରାମାଞ୍ଚଳ ପୋଲିସଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    99 %
    1.3kmh
    93 %
    Wed
    23 °
    Thu
    28 °
    Fri
    30 °
    Sat
    29 °
    Sun
    28 °

    ସମ୍ବନ୍ଧିତ