ଆଇସିସି ଟି୨୦ ବିଶ୍ବକପ ମଧ୍ୟରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏଥର ଖେଳ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନ ପାଇଁ । ହାର୍ଦ୍ଦିକ ପାଣ୍ଡ୍ୟା ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ଜନ୍ମଦିନରେ ସୁଇମିଂ ପୁଲରେ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଆଉ ପ୍ରେମିକାକୁ ଗିଫ୍ଟ ମଧ୍ୟ ଦେଇଛନ୍ତି । ହାର୍ଦ୍ଦିକ ପ୍ରେମିକାକୁ ଅଧରାତିରେ ସୋସିଆଲ ମିଡିଆରେ ଅଧରାତିରେ ଶୁଭେଚ୍ଛା ଜଣାଇବା ସହିତ ଫଟୋ ସେୟାର କରିଛନ୍ତି । ଯାହା ରାତାରାତି ଭାଇରଲ ହେବାରେ ଲାଗିଛି ।
ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାହିକା ଶର୍ମାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଦୁହେଁ ସୁଇମିଂ ପୁଲରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଆଉ ହାର୍ଦ୍ଦିକ ଲେଖିଛନ୍ତି, ହାପି ବାର୍ଥ ଡେ ମାଇଁ ପ୍ରିନ୍ସସେ । ମାହିକା ନିଜର ୨୫ ତମ ଜନ୍ମଦିନ ହାର୍ଦ୍ଦିକଙ୍କ ସହିତ ମନାଇଛନ୍ତି ।
ଟି୨୦ ବିଶ୍ବକପ ୨୦୨୬ରେ ପ୍ରତି ମ୍ୟାଚରେ ହାର୍ଦ୍ଦିକଙ୍କୁ ସପୋର୍ଟ କରିବା ପାଇଁ ମାହିକା ଷ୍ଟାଡିୟମରେ ନଜର ଆସୁଛନ୍ତି । ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମାହିକା ହାର୍ଦ୍ଦିକଙ୍କ ସହିତ ଶ୍ରୀଲଙ୍କା ଯାଇଥିଲେ ।
ଟି୨୦ ବିଶ୍ବକପରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି । ସେ ୪ଟି ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହିତ ୮୭ ରନ୍ କରିସାରିଛନ୍ତି । ଏହାସହିତ ୫ ୱିକେଟ ନେଇଛନ୍ତି । ନାମିବ୍ୟା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପ୍ଲେୟାର ଅଫ ଦ ମ୍ୟାଚ୍ ହୋଇଥିଲେ ।

