Wednesday, April 8, 2026
22.9 C
Odisha

    ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫଙ୍କୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ। ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା।
    ଝାରପଡ଼ା ଜେଲର ଅଧୀକ୍ଷକ ମଧ୍ୟ ଥିଲେ ସତ୍ୟପ୍ରକାଶ। କଏଦୀଙ୍କ ଟଙ୍କାରେ କଳାଧନର ପାହାଡ଼ ଠିଆ କରିଥିଲେ। ଯେତିକି ଟଙ୍କା କୋଠାବାଡ଼ି, ଜମିଜମା, ସୁନାଗହଣା କିଣିବାରେ ଖର୍ଚ୍ଚ କରୁଥିଲେ, ତା’ଠାରୁ ଅଧିକ ସଉକରେ ଉଡ଼ାଇ ଦେଉଥିଲେ। ମାଲେସିଆ, ସିଙ୍ଗାପୁର ଭଳି ବିଦେଶ ଭ୍ରମଣଠାରୁ ଆରମ୍ଭ କରି ଦାମୀ ଘଣ୍ଟା ପିନ୍ଧିବା, ୩୦ ହଜାର ଟଙ୍କିଆ ସ୍କଚ୍‌ (ମଦ) ପିଇବା ତାଙ୍କ ପାଇଁ ସାଧାରଣ କଥା ଥିଲା। ଗତକାଲି ଭିଜିଲାନ୍ସ ସତ୍ୟପ୍ରକାଶଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଛି। ଠାବ ସଂପତ୍ତି ମଧ୍ୟରେ ୧.୫ କୋଟିର ଗୋଟିଏ ୪ତାଲା କୋଠା, ୪ଟି ଦାମୀ ପ୍ଲଟ୍, ୧୪ ଲକ୍ଷ ଟଙ୍କାର ଆସବାବପତ୍ର, ୨୦ ଲକ୍ଷ ଟଙ୍କା ମୂଲ୍ୟର ୮ଟି ଘଣ୍ଟା, ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ