Monday, April 13, 2026
25.6 C
Odisha

    ଗିରଫ ହେଲେ ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦୁଖୁ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ଗିରଫ ହେଲେ ରାୟଗଡ଼ା ଜିଲ୍ଲା ଗୁଡାରି ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦୁଖୁ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ବେଆଇନ ଭାବେ ଅଫିସ ଗାଡିରେ ଟଙ୍କା ନେଉଥିବା ବେଳେ ଧରାପଡିଥିଲେ ସୁକୁମାର । ସୁକୁମାରଙ୍କଠାରୁ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ଟଙ୍କା କେଉଁଠୁ ଆଣିଲେ, କାହିଁକି ନେଉଥିଲେ ସେନେଇ ତଦନ୍ତ କରୁଛି ଭିଜିଲାନ୍ସ ।

    ଭିଜିଲାନ୍ସର ସୂଚନା ଅନୁଯାୟୀ, ସୁକୁମାର ଗୁଡାରିରୁ ତାଙ୍କ ନିଜ ଘର ନବରଙ୍ଗୁପରସ୍ଥିତ ସେନାପତି ଷ୍ଟ୍ରିଟକୁ ଅଫିସ ଗାଡିରେ ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଧରି ସୁକୁମାର ଏକ ଗାଡିରେ ଯାଉଥିବା କୌଣସି ସୂତ୍ରରୁ ଖବରପାଇଥିଲା ଭିଜିଲାନ୍ସ । ସନ୍ଦେହରେ ଭିଜିଲାନ୍ସ ତାଙ୍କୁ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ୍ ନିକଟର ଅଟକାଇ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ପଚାରିଥିଲେ ।

    ହେଲେ ସୁକୁମାର ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେଣୁ ଭିଜିଲାନ୍ସ ସୁକୁମାରଙ୍କଠାରୁ ଟଙ୍କା ସହ ବ୍ୟବହୃତ ବୋଲେରୋ ଗାଡି ଜବତ କରିଛି । ଏଥିସହ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି । ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍, ରାୟଗଡ଼ା ଗୁମୁଡା ସ୍ଥିତ ସରକାରୀ କ୍ବାର୍ଟର, ଗୁଡାରୀ ଅଫିସ ରୁମରେ ଚଢାଉ କରିଥିଲା ଭିଜିଲାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    54 %
    1.5kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ