ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉସ୍ମାପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ବର୍ବରକାଣ୍ଡ । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ପୋଟେରୁ ଫାଣ୍ଡିରେ ଅଭିଯୋଗ ପରେ ଜଣେ ଅଟକ, ସହ ପୋଲିସ ତଦନ୍ତ ଜାରି ରହିଛି । ଗୁଣିଗାରେଡି ସନ୍ଧେହରେ ହତ୍ୟା ଅଭିଯୋଗ ହୋଇଛି ।
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉସ୍କାପଲ୍ଲୀ ଗାଁରେ ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ହେଲେ 51 ବାର୍ଷିୟ ମୁକ୍କା ପୋଡ଼ିଆମୀ । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି କେହି ଦୁର୍ବୁତ୍ତ । ପୂର୍ବରୁ ମୃତ ମୁକ୍କା ପରିବାରର ଦୁଇ ବୋହୂକୁ ଗୁଣିଗାରେଡି ସନ୍ଧେହ ରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉସ୍କାପଲ୍ଲୀ ଗାଁ ରେ କୋୟା ଆଦିବାସୀ ଲୋକେ ବସବାସ କରନ୍ତି ।
ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଭରି ରହିଛି । ତେବେ କିଛିଦିନ ଧରି ଗାଁ ରେ କିଛି ଲୋକେ କୌଣସି କାରଣରୁ ମୃତ୍ୟୁ ବରଣ କରୁଥିବାରୁ ଗୁଣିଗାରେଡିରେ ମୃତ୍ୟୁ ହେଉଥିବା ସନ୍ଧେହ କରୁଥିଲେ ଗାଁ ଲୋକେ । ମୃତ ମୁକ୍କାକୁ ଗୁଣିଗାରେଡି କରୁଥିବା ସନ୍ଧେହ କରି କେହି ହତ୍ୟା କରିଥିବା ଜଣାପଡିଛି ।
ଏନେଇ ମୃତ ମୁକ୍କା ଙ୍କ ସମ୍ପର୍କୀୟ ଭାଇ ଦେବା ପୋଡ଼ିଆମୀ ପୋଟରୁ ଫାଣ୍ଡି ରେ ଏକ ମାମଲା ରୁଜୁ କରିଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଜଣକୁ ଅଟକ ରଖି ପଚାର ଉଚୁର କରୁଛି ପୋଲିସ । ପ୍ରଶାସନର ସଚେତନତା ଅଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

