Tuesday, September 29, 2026
24.9 C
Odisha

    ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍କୁଲ କମିଟି ସଦସ୍ୟ । ଦାବି ପୂରଣ ପାଇଁ ଦୀର୍ଘ ୨୦ ଦିନ ଧରି ହଜାର ହଜାର ଶିକ୍ଷକ , ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଦିନ ରାତି ଧାରଣାରେ ବସିଥିଲେ ମଧ୍ୟ ସରକାର ନିରବ । ଏହାର ପ୍ରତିବାଦରେ ଗୁରଦିବସ ଅବସରରେ ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ମହାସମାବେଶ । ୪ ଦଫା ଦାବି ନେଇ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

    ବିଶେଷକରି ନୂଆ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରି ସର୍ଭିସ୍ ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ଅନୁଦାନ ବ୍ୟବସ୍ଥାର ସମାଧାନ ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଭଳି ଦାବି ରହିଛି । ସେହିପରି, ଦୀର୍ଘ ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିବା ଅନୁଦାନଯୋଗ୍ୟ ଶିକ୍ଷାନୁଷ୍ଠାନର ଅନେକ ଶିକ୍ଷକ ଓ କର୍ମଚାରୀ ଆର୍ଥିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ନହେବାରୁ ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ଦେଖାଦେଇଥିବା ମଧ୍ୟ ସମିତି ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ