Saturday, September 5, 2026
30.8 C
Odisha

    ସାପ କାମୁଡ଼ାରେ ସ୍ତ୍ରୀ ମୃତ, ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ

    ଆଗକୁ ପଢନ୍ତୁ

    ଭଦ୍ରକ: ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ । ପତ୍ନୀର ଅନ୍ତ୍ୟେଷ୍ଟି କ୍ରିୟା ସାରି ଘରେ ଶୋଇ ଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ିଲା ସାପ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଗାଁରେ ଅଭାବନୀୟ ଘଟଣା ।

    ଗତ ୩ ତାରିଖ ଦିନ ସକାଳେ ପରମାନଦ ବାରିକଙ୍କ ସ୍ତ୍ରୀ ପ୍ରମିଳା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପରମାନନ୍ଦ ସ୍ତ୍ରୀଙ୍କ ମୃତଦେହକୁ ସତ୍କାର କରି ରାତିରେ ଶୋଇ ଥିବା ବେଳେ ଗତକାଲି ସକାଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଗାଁ ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ତାଙ୍କୁ ବିଷଧର ସାପ କାମୁଡ଼ିଥିବାରୁ ଅବସ୍ଥା ଉଦବେଗ ଜନକ ଦର୍ଶାଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ବାଟରେ ପରମାନନ୍ଦଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ଭଳି ସ୍ତ୍ରୀଙ୍କର ସାପ କାମୁଡା ଲକ୍ଷଣ ଥିବାରୁ ଗ୍ରାମବାସୀମାନେ ପ୍ରମିଳାଙ୍କ ଶବ କୁ ଶ୍ମଶାନରୁ ଖୋଳି ବାହାର କରି ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ଆଣିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.8 ° C
    30.8 °
    30.8 °
    65 %
    1.8kmh
    30 %
    Sat
    30 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ