Sunday, September 27, 2026
22.3 C
Odisha

    ଗୁରୁ ପୂର୍ଣ୍ଣିମା ସହ ଆଷାଢ଼ ଶେଷ; ରାତି ପାହିଲେ ଶ୍ରାବଣ, ବୋଲବମ୍‌ ଭକ୍ତ ଉତ୍ସାହିତ

    ଆଗକୁ ପଢନ୍ତୁ

    ଗୁଡାରି: ଆଷାଢ ପୂର୍ଣ୍ଣିମା ଅର୍ଥାତ ଗୁରୁପୂର୍ଣିମା ତିଥିରେ ଶ୍ରାବଣ ମାସ ଆରମ୍ଭ ହୋଇଥିବାରୁ ବୋଲବୋମ ଦୀକ୍ଷାରେ ଦୀକ୍ଷିତ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରି ଅଞ୍ଚଳର ଅନେକ ଶ୍ରଦ୍ଧାଳୁl ଗୁଡ଼ାରି, ଢେପାଗୁଡା ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ବୋଲ୍‌ ବୋମ୍‌ ଦୀକ୍ଷା ଗ୍ରହଣ କରିଛନ୍ତିl ସକାଳ ୪ଟାରେ ଗୁଡ଼ାରି ବଂଶଧାରା ନଦୀକୂଳରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜା ଅର୍ଚ୍ଚନା ସହ ଲିଙ୍ଗାବରଣ କରି ଦୀକ୍ଷା ଗ୍ରହଣ କରିଛନ୍ତି lଦୀର୍ଘ ଏକ ମାସ ଏହି ଦୀକ୍ଷା ଗ୍ରହଣ କରି ସାକାହାରୀ ଭୋଜନ କରି ଏକ ଆଶ୍ରମରେ ବୋଲବମ ଦୀକ୍ଷିତ ଭକ୍ତ ରହିବେ ବୋଲି ଗୁରୁ ବୋମ ପୁଣ୍ୟ ନନ୍ଦ ମତ ପ୍ରକାଶ କରିଛନ୍ତିl ପ୍ରତିଦିନ ସକାଳୁ ନଦୀରୁ ପାଣି ଉଠାଇ ଗୁଡ଼ାରି ଶିବ ମନ୍ଦିର ଏବଂ ଢେପାଗୁଡ଼ା ବୋଲବମ୍‌ ସଂଘର ଭକ୍ତ ଝିଗିଡ଼ି ଭାଟା ଶୈବ ପୀଠ ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ କରାଯିବ ବୋଲି ଭବାନୀ ଶଙ୍କର ପଣ୍ଡା ମତ ପ୍ରକାଶ କରିଛନ୍ତି l ଏହି ଦୀକ୍ଷା ଗ୍ରହଣ କଲେ ମାନସିକ ପୂର୍ଣ୍ଣ ହେବ ବୋଲି ବିଶ୍ୱାସ ରହିଛିl ଗୁଡ଼ାରି ବୋଲବୋମ ସଂଘରେ ଗୁରୁ ବୋମ ଶ୍ରୀ ନନ୍ଦ ଦୀକ୍ଷା ରେ ଦୀକ୍ଷିତ କରିଥିଲେl ସେହିପରି ଢେପାଗୁଡ଼ା ବୋଲବମ ସଂଘରେ ଶ୍ରୀ ପଣ୍ଡା ଶ୍ରଦ୍ଧାଳୁଙ୍କୁ ଦୀକ୍ଷିତ କରାଇଥିଲେl
    ଚଳିତ ବର୍ଷ ପୂଜା ସାମଗ୍ରୀ ବେପାରୀମାନେ ଭଲ ବେପାର ଆଶା ରଖିଛନ୍ତି। ବ୍ୟବସାୟୀଙ୍କ କହିବା କଥା ଭଲ ବେପାର ଆଶାରେ ପୂଜା ସାମଗ୍ରୀ ବ୍ୟବସାୟୀମାନେ ବିଭିନ୍ନ ରକମର ବାହୁଙ୍ଗି, ପାଣି କଳସ ଶିକା ଆଦି ମହଜୁଦ ରଖିଛନ୍ତି। ପୂଜା ସାମଗ୍ରୀ ବିକିବା ଟ୍ରାଫିକ୍‍ ନିୟନ୍ତ୍ରଣ ସହ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ। ରାଜ୍ୟର ପ୍ରମୁଖ ଶିବାଳୟଗୁଡ଼ିକରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ