Sunday, September 27, 2026
22.3 C
Odisha

    ଲର୍ଡସ୍ ଟେଷ୍ଟ୍: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ, ବୋଲିଂ କରିବ ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୪-୨୫ର ତୃତୀୟ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦେଶ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଲର୍ଡସରେ ଖେଳାଯାଇଥିଲା, ଯେଉଁଥିରେ ଆୟୋଜକ ଦଳ ୫ୱିକେଟରେ ବିଜୟୀ ହୋଇଥିଲା। ଏହା ପରେ, ଭାରତୀୟ ଦଳ ଏକ ମହାନ ପ୍ରତ୍ୟାବର୍ତ୍ତନ କରି ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡକୁ ୩୩୬ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ସମାନ କରିଥିଲା। ବର୍ତ୍ତମାନ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଲଢ଼େଇ ଆରମ୍ଭ ହେବା ପୂର୍ବରୁ ଘରୋଇ ଇଂଲଣ୍ଡ କି ଭ୍ରମଣକାରୀ ଭାରତ, କିଏ କାହା ଉପରେ ଭାରୀ ପଡ଼ିବ ସେ ଚର୍ଚ୍ଚା କ୍ରିକେଟ୍ ଜଗତକୁ ଆନ୍ଦୋଳିତ କରିଛି। ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିବାରୁ ଲର୍ଡସ ଟକ୍କର ଅଧିକ ରୋଚକ ହେବାକୁ ଯାଉଛି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଦୁଇ ଦେଶର ପ୍ରଶଂସକ ମଧ୍ୟ ଏବେଠୁ ନିଜ ନିଜ ଦଳର ବିଜୟକୁ ନେଇ ଅଙ୍କକଷା ଆରମ୍ଭ କଲେଣି। Sports

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ