Thursday, March 12, 2026
36.4 C
Odisha

    ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ; ଆଉ ତା’ ପରେ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି ଯାତ୍ରୀବାହୀ ଟ୍ରେନ ସାମ୍‌ନା ସାମ୍‌ନି ହୋଇଛି। ତେବେ ଏହି ଟ୍ରେନ ଦ୍ୱୟ ଧକ୍କା ହୋଇ ନ ଥିଲେ ମଧ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଯାତ୍ରୀବାହୀ ଟ୍ରେନ୍‌ଟି ତାର ଗତି ଧୀର କରିବାରୁ ଯାତ୍ରୀମାନେ ଓହ୍ଲାଇ ପଡିଥିଲେ। ଶନିବାର ଅପରାହ୍ନରେ ରାଉରକେଲା ରେଳ ଷ୍ଟେଶନ ଡାଉନଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲା। ଏହି ସମୟରେ ଅପରପାର୍ଶ୍ୱରୁ ଉକ୍ତ ଟ୍ରାକ୍‌ରେ ଏକ ଯାତ୍ରୀବାହୀ ଟ୍ରେନ୍‌ ସମ୍ବଲପୁର ପଟୁ ରାଉରକେଲା ଅଭିମୁଖେ ଆସୁଥିଲା। ଯାତ୍ରୀବାହୀ ଟ୍ରେନ୍‌ର ଲୋକୋ ପାଇଲଟ୍‌ ମାଲବାହୀ ଟ୍ରେନ୍‌ ଉକ୍ତ ଟ୍ରାକ୍‌ରେ ଆସୁଥିବା ଦେଖି ପ୍ରାୟ ଅଧ କିଲୋମିଟର ଦୂରରୁ ଟ୍ରେନ୍‌ର ଗତିକୁ ଧୀର କରିବାରୁ ଗାଡି ଅଟକିଥିଲା। ତେବେ ରାଉରକେଲା ରେଳ ଷ୍ଟେଶନର ମାତ୍ର ୩ଶହ ମିଟର ଦୂରରେ ଏହି ଘଟଣା ଘଟିଥିବା ଜଣାପଡିଛି।

    ଏ ସମ୍ପର୍କରେ ରାଉରକେଲା ରେଲଓ୍ବେ ଷ୍ଟେଶନ ମାଷ୍ଟର ପ୍ରଭାସ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଗୋଟିଏ ରେଳ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ସାମ୍‌ନା ସାମ୍‌ନି ହେବା କିଛି ନୂଆ କଥା ନୁହଁ। ବର୍ତ୍ତମାନ ରେଳ ଟ୍ରାକ୍‌ ଗୁଡିକରେ ଅଟୋମେଟିକ ସିଗ୍‌ନାଲ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଯଦି ଗୋଟିଏ ଟ୍ରାକ୍‌ରେ ପୂର୍ବରୁ କୌଣସି ଟ୍ରେନ୍‌ ଅଛି ତେବେ ସିଗ୍‌ନାଲ ମାଧ୍ୟମରେ ଟ୍ରେନ୍‌ର ଗତିକୁ ନିୟନ୍ତ୍ରଣ କରିବା ପାଇଁ ଲୋକୋ ପାଇଲଟ୍‌ଙ୍କୁ ଅବଗତ କରାଯାଇଛି। ତେଣୁ ଏଥିରେ ଭୟଭୀତ ନ ହେବା ପାଇଁ ଷ୍ଟେଶନ ମାଷ୍ଟର ଦାସ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ