Thursday, March 26, 2026
26.8 C
Odisha

    ଗୋଡ଼ାଇ ଗୋଡ଼ାଇ ମାରୁଛି ଇସ୍ରାଏଲ୍‌ ; ୟେମେନ୍‌ରେ ଏୟାରଷ୍ଟ୍ରାଇକ୍‌

    ଆଗକୁ ପଢନ୍ତୁ

    ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗୁରୁବାର ୟେମେନ୍‌ ରାଜଧାନୀ ଏବଂ ବନ୍ଦର ସହର ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଗୁରୁବାର ଇସ୍ରାଏଲୀ ସେନାର ୧୪ଟି ଲଢ଼ୁଆ ବିମାନ ଘନଘନ ବୋମାମାଡ଼ କରିବାରୁ ଅନୂ୍ୟନ ୯ ଜଣଙ୍କ ମୃତ୍ୟୁ ଘଟିବା ସହ ବହୁ ଭିତ୍ତିଭୂମି ଧ୍ୱଂସ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ହୋଡେଇଡା ବନ୍ଦର ଏବଂ ଲୋହିତ ସାଗରରେ ଥିବା ସଲିଫ୍‌ ଏବଂ ରାସ ଇସା ଅଏଲ୍‌ ଟର୍ମିନାଲ୍‌କୁ ଟାର୍ଗେଟ କରି ଇସ୍ରାଏଲ୍‌ ସେନା ବୋମାମାଡ଼ କରିଥିଲା। ଫଳରେ ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀ ଲୋହିତ ସାଗର କରିଡରରେ ଆକ୍ରମଣ ବଢ଼ାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ହସାମ୍‌-ଇସ୍ରାଏଲ୍‌ ଆକ୍ରମଣ ପରେ ଲୋହିତ ସାଗରରେ ହୁଟି ଆକ୍ରମଣ ଯୋଗୁ ବୈଶ୍ୱିକ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ