Monday, April 6, 2026
31.8 C
Odisha

    ଗୋପବନ୍ଧୁ ସ୍ଵାସ୍ଥ୍ୟ ଯୋଜନାକୁ ନେଇ ବଢୁଛି ଦ୍ବନ୍ଦ୍ବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ BSKY କରିଛନ୍ତି। ଯାହା ଏବେ ବି ଚାଲୁଛି। ମାଗଣା ଚିକିତ୍ସା ମିଳୁଛି। ଏବେ ତାହାର ନାଁ ପରିବର୍ତ୍ତନନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯାହା ଆରମ୍ଭ ହୋଇ ପାରିଲା ନାହିଁ। ଯଦି ଏହି ଯୋଜନାରେ ୩୬ ଲକ୍ଷ ସାମିଲ ହେବେ। ବାକି କୁଆଡେ ଯିବେ ବୋଲି ବିଜେଡ଼ି ପ୍ରଶ୍ନ କରିଛି। BSKY ରେ ୯୫ ଲକ୍ଷରୁ ଅଧିକଲୋକେ ଉପକୃତ ହେଉଥିଲେ। ଦଳୀୟ ଭିତ୍ତିରେ ଦେବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା । ଏଥିରେ ବି ରାଜନୀତି। ଲୋକ ବୁଝିଲେଣି ଏ ସରକାର ନାଁ ଓ ରଙ୍ଗ ବଦଳାଇବ। ହେଲେ ସାଧାରଣ ଲୋକଙ୍କ ପାଇଁ ଯୋଜନା ନାହିଁ। ବିଜେପି ଆୟୁଷ୍ମାନ ଭାରତ ନେଇ କାନ୍ଦୁଛନ୍ତି। କ’ଣ ସୁବିଧା ଅଛି ଏଥିରେ, କଣ ଜଣାଇଲେଣି କି ବୋଲି ବିଜେଡ଼ି ପ୍ରଶ୍ନ କରିଛି। ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ ସେ ନେଇ ରାଜ୍ୟସରକାର ସ୍ପଷ୍ଟ କରିବା ଦରକାର। କିଛି ସ୍ପଷ୍ଟ ନ କରି ପ୍ରଚାର ପ୍ରସାରରେ ଲଗିଛନ୍ତି। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦ୍ଦେଶ୍ୟ। ସରକାର ଲୋକଙ୍କ ସମସ୍ୟା ବୁଝନ୍ତୁ। ରାଜନୀତି ନ କରନ୍ତୁ। ନବୀନ ପଟ୍ଟନାୟକ କଟଣ କରିଥିଲେ ଓ ଏବେ ସରକାର କଣ କରୁଛନ୍ତି। ଲୋକେ ତୁଳନା କଲେଣି। BSKY ପରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ହେଲେ ଯାଇଁ ଲୋକ ସୁବିଧା ପାଇବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ