Saturday, October 3, 2026
24.8 C
Odisha

    ଗୋଷ୍ଠୀ ସଂଘର୍ଷ: ବୋମା ମାଡ଼ରେ ୭ ଗୁରୁତର

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବୋମା ମାଡ଼ରେ ୭ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲାର ତିହିଡି ଥାନା ସୀମା ଅନ୍ତର୍ଗତ ତାଳପଡ଼ା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି।

    ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ଗାଁର କିଛି ଲୋକ ରମେଶ ମଲ୍ଲିକଙ୍କ ଘରକୁ ଯାଇ ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ତାଙ୍କୁ ଗାଳି ଦେଇଥିଲେ। ରମେଶ ତାଙ୍କ ପରିବାର ସଦସ୍ୟଙ୍କ ସହିତ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଉତ୍‌କ୍ଷିପ୍ତ ହୋଇ ଗାଳି ଦେଉଥିବା ଲୋକେ ଆକ୍ରମଣ କରିଥିଲେ ଏବଂ ରମେଶଙ୍କ ଘର ଉପରକୁ ବୋମା ମାଡ କରିଥିଲେ। ବୋମା ମାଡ଼ରେ ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ପୁଲିସ ମୁତୟନ କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ