ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ମଣିଷ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରିଥାଏ । ଏଥି ସହ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । ଖାସ୍ କରି ଗ୍ରୀଷ୍ମ ଋତୁରେ ଅନ୍ତନଳୀ ସ୍ବାସ୍ଥ୍ୟରେ ବିଶେଷ ଯତ୍ନ ନେବା ଉଚିତ୍, ନଚେତ୍ ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କ ଶରୀରକୁ ଆକ୍ରମଣ କରିପାରେ । ବଦହଜମୀ ଏବଂ ଗ୍ୟାସ୍ ଭଳି ପେଟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପାଚାର ଚେଷ୍ଟା କରିବା ଉଚିତ୍ । ତେବେ ଆଜି ଆପଣଙ୍କୁ କହିବୁ ଯେ ଏକ ଖାଦ୍ୟ ବିଷୟରେ ଯାହାକୁ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ୍ କରି ଅନେକ ଫାଇଦା ପାଇପାରିବେ । ଆପଣ ଜାଣିଛନ୍ତି କି ଏହି ଖାଦ୍ୟର ନାମ କ’ଣ? ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟାର ନାମ ଏବଂ ଫାଇଦା ବିଷୟରେ ।
ଏହି ଖାଦ୍ୟର ନାମ ହେଉଛି ‘ଦହି’ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖରାଦିନରେ ଅଧିକ ଦହିପାଣି ବ୍ୟବହାର ହୋଇଥାଏ । ଏଥି ସହ ଜାହା ଘରକୁ ଆମେ ଜାଇଥାନ୍ତି ସେଠି ପ୍ରଥମେ ଦହି ସରବତ୍ ପିଇବାକୁ ଦିଅନ୍ତି । କାହିଁକି ନା ଦହିରେ ମିଳୁଥିବା ଉପାଦାନଗୁଡିକ ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏଥି ସହ ଆସନ୍ତୁ ଜାଣିବା ଦହିରେ କେଉଁ ଜିନିଷ ମିଶାଇ ମିଶାଇ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ ।
ଦହି ସହିତ ଜିରା ପାଉଡର୍ : ପ୍ରଥମେ ଏକ ପାତ୍ରରେ ଦହି ବାହାର କରନ୍ତୁ । ଏବେ ପ୍ୟାନରେ କିଛି ଜିରା ପକାଇ ଭଲ ଭାବରେ ଭାଜନ୍ତୁ । ଏହା ପରେ, ଯଦି ଆପଣ ଚାହିଁବେ ତେବେ ଭଜା ଜିରାକୁ ଭଲ ଭାବରେ ପେଷି ପାରିବେ । ଶେଷରେ ଆପଣ ଏହି ପେଷା ଜିରାକୁ ଦହିରେ ଭଲ ଭାବରେ ମିଶାଇ ଦିଅନ୍ତୁ । ଦହି ଏବଂ ପେଷା ଜିରାର ମିଶ୍ରଣ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏଥି ସହ ଆପଣଙ୍କ ଅନ୍ତନଳୀର ସ୍ବାସ୍ଥ୍ୟକୁ ବହୁତ ପରିପାଣରେ ଉନ୍ନତ ମଧ୍ୟ କରିପାରିବ । ଆପଣମାନେ ଜାଣିରଖନ୍ତୁ ଯେ ଯଦି ଆପଣ ପେଟ ପୋଡ଼ାଜଳା ପରି ଅନୁଭବ କରୁଛନ୍ତି, ତେବେ ଦହି-ଭଜା ଜିରାକୁ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ । ଦହି ଏବଂ ଭଜା ଜିରାରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ବ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବାର ସହାୟକ ହୋଇପାରେ । ଆପଣଙ୍କୁ କହି ରଖୁଛୁ ଯେ ଦହି ଏବଂ ଭଜା ଜିରାର ମିଶ୍ରଣ ଦ୍ରୁଷ୍ଟିଶକ୍ତି ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଏଥି ସହ ଯଦି ଆପଣଙ୍କର ଖାଦ୍ୟ ଶୀଘ୍ର ହଜମ ହେଉନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଦହି ଏବଂ ଭଜା ଜିରା ଖାଇପାରିବେ । ଯାହା ବହୁ ଶୀଘ୍ର ଆପଣଙ୍କର ଖାଦ୍ୟକୁ ହଜମ କରାଇବାର ସାହାଯ୍ୟ କରିବ । ଗ୍ରୀଷ୍ମ ଋତୁରେ ପେଟ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ମଧ୍ୟ ଦହି ଏବଂ ଭଜା ଜିରା ଖାଇପାରିବେ । ଏଥି ସହ ମନେ ରଖନ୍ତୁ ଯେ ଏହି ଋତୁରେ କେବେବି ବାହାର ଜିନିଷ ଖାଇବେ ନାହିଁ ଅର୍ଥାତ୍ ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରୁହନ୍ତୁ । ବାହାରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆପଣଙ୍କ ଅନ୍ତନଳୀ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏଥିପ୍ରତି ସଚେତନ ହୋଇ ରୁହନ୍ତୁ ।