Monday, March 31, 2025
24.6 C
Odisha

    ଗ୍ରୀଷ୍ମ ଋତୁରେ ପିଅନ୍ତୁ ଗୋନ୍ଦ କତିରା, ଦୂର ହେବ ଅନେକ ସ୍ୱାସ୍ଥ୍ୟ ସମସ୍ୟା

    ଆଗକୁ ପଢନ୍ତୁ

    ହଜାର ହଜାର ବର୍ଷ ଧରି ଆୟୁବେର୍ଦରେ ଗୋନ୍ଦ କତିରା ବ୍ୟବହୃତ ହୋଇଆସୁଛି । ଗୋନ୍ଦ କତିରାକୁ ଟ୍ରାଗାକାନ୍ଥ ଗମ୍‌ ମଧ୍ୟ କୁହାଯାଏ । ଏହା ବବୁଲ୍‌, କିକର ଏବଂ ନିମ କାଠରୁ ବହାର କରାଯାଏ । ଏହା ସାଧାରଣତଃ ସ୍ଫଟିକ ପରି ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗ ଭାବରେ ଦେଖାଯାଏ । କିନ୍ତୁ ଯେତେବେଳେ ଆପଣ ଏହାକୁ ପାଣିରେ ଭାଜାଇବେ, ଏହା ନରମ ଜେଲି ପରି ହୋଇଯିବ । ଗୋନ୍ଦ କତିରାରେ ଶୀତଳ ପ୍ରଭାବ ଅଛି, ତେଣୁ ଲୋକମାନେ ଏହାକୁ ଗ୍ରୀଷ୍ମ ଋତୁରେ ବହୁତ ବ୍ୟବହାର କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏଥିରେ ପ୍ରୋଟିନ ଏବଂ ଫୋଲିକ୍‌ ଏସିଡ୍‌ ଭଳି ପୁଷ୍ଟିକର ତତ୍ତ୍ୱ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କରିବା ଦ୍ୱାରା କ’ଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ?

    ଶରୀରକୁ ଥଣ୍ଡା କରେ :
    ଗୋନ୍ଦ କତିରା ନିଜର ଥଣ୍ଡା ଗୁଣ ପାଇଁ ବେସ୍‌ ଜଣାଶୁଣା । ଗରମରୁ ରକ୍ଷା ପାଇବା ପାଇଁ ଏହା ଏକ ଉତ୍ତମ ଖାଦ୍ୟ । ଏହାକୁ ସେବନ କଲେ ଏହା ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରେ । ଯାହା ଫଳରେ ଆମକୁ ଆରାମ ମଧ୍ୟ ଲାଗିଥାଏ ।

    ପାଚନ ପ୍ରକ୍ରିୟା ଉନ୍ନତି କରେ :
    ଏହା ପାଚନ ଏନଜାଇମର କ୍ଷରଣକୁ ଉନ୍ନତ କରି ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ । ଗୋନ୍ଦ କତିରାକୁ ପାନୀୟ ଭାବରେ ସେବନ କରିବା କିମ୍ବା ଖାଦ୍ୟରେ ମିଶାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହେବା ସହିତ ଅନ୍ତନଳୀ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ।

    ଏହା ତ୍ୱଚ୍ଚା ପାଇଁ ମଧ୍ୟ ଲାଭଦାୟକ :
    ଗୋନ୍ଦ କତିରାକୁ ଖାଇବା ଫଳରେ ଖାଲି ସ୍ୱାସ୍ଥ୍ୟରେ ଉନ୍ନତି ଆସି ନଥାଏ ବରଂ ତ୍ୱଚ୍ଚାରେ ମଧ୍ୟ ଚମକ ସ୍ରୁଷ୍ଟି ହୋଇଥାଏ । ଏଥିରେ ମଇଶ୍ଚରାଇଜିଂ ଗୁଣ ଅଛି ଯାହା ଶୁଷ୍କ ଚର୍ମକୁ ହାଇଡେ୍ରଟ୍‌ କରିବାରେ ସାହାଯ୍ୟ କରେ । ଯାହା ଫଳରେ ଦିନକୁ ଦିନ ତ୍ୱଚ୍ଚାରେ ଚମକ ଦେଖାଦେବ ।

    ଆଣ୍ଠୁଗଣ୍ଠୀ ଯନ୍ତ୍ରଣା ଦୂର କରେ :
    ଗୋନ୍ଦ କତିରାର ଆଣ୍ଟି-ଇନଫ୍ଲାମେଟୋରୀ ପ୍ରଭାବ ଅଛି । ଯାହା ଆଣ୍ଠୁଗଣ୍ଠୀ ଯନ୍ତ୍ରଣା କିମ୍ବା ମାଂସପେଶୀ ପ୍ରଦାହ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ବେସ୍‌ ହୋଇଥାଏ । ଯଦି ଆପଣଙ୍କର ସବୁ ସମୟରେ ଆଣ୍ଠୁଗଣ୍ଠୀ ବିନ୍ଧା ହେଉଛି ତେବେ ଆପଣ ନିଶ୍ଚିତ ଭାବରେ ଗୋଣ୍ଡ କତିରା ଖାଇପାରିବେ । ଏଥିରେ କୌଣସି ଅସୁବିଧା ନାହିଁ କିମ୍ବା ସାଇଡ୍‌ ଇଫେକ୍ଟ ପଡିବ ନାହିଁ । ଏହାକୁ ନିର୍ଭୟ ଭାବରେ ଖାଇପାରିବେ ।

    କୋଷ୍ଠକାଠିନ୍ୟରେ ଲାଭଦାୟକ :
    ଗୋନ୍ଦ କତିରା ଫାଇବରରେ ଭରପୂର ହୋଇଥିବାରୁ ଏହା ନିୟମିତ ମଳତ୍ୟାଗକୁ ପେ୍ରାତ୍ସାହିତ କରି କୋଷ୍ଠକାଠିନ୍ୟକୁ ଦୂର କରିବାରେ ସାହାଯ୍ୟ କରିବ । ତେବେ ଆପଣ ନିଶ୍ଚିତ ଭାବରେ ଗୋନ୍ଦ କତିରା ଖାଇବା ଅଭ୍ୟାସ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    61 %
    1.7kmh
    10 %
    Mon
    40 °
    Tue
    40 °
    Wed
    40 °
    Thu
    40 °
    Fri
    42 °

    ସମ୍ବନ୍ଧିତ