Tuesday, April 22, 2025
30.1 C
Odisha

    ଗ୍ରୀଷ୍ମ ଋତୁରେ ପୁଦିନାର ଉପକାରିତା

    ଆଗକୁ ପଢନ୍ତୁ

    ପୁଦିନା ଯାହା ଆପଣଙ୍କ ରୋଷେଇ ଘର କିମ୍ବା ବଗିଚାରେ ସହଜରେ ଉପଲବ୍ଧ ହୋଇଯାଏ । ପୁଦିନା କେବଳ ସ୍ୱାଦ ବୃଦ୍ଧି କରୁଥିବା ଏକ ଗଛ ନୁହେଁ ବରଂ ଗ୍ରୀଷ୍ମ ଋତୁରେ ଏହା ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସଦୃଶ ହୋଇଥାଏ । ପୁଦିନା ଏକ ଗ୍ରୀଷ୍ମକାଳୀନ ସୁପରଫୁଡ୍ ଯାହା କେବଳ ଡିହାଇଡ୍ରେସନ୍ ନୁହେଁ ବରଂ ଅନ୍ୟାନ୍ୟ ରୋଗ ସହିତ ଲଢ଼ିବାର ଶକ୍ତି ରଖେ । ଏହାକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟର ଏକ ଅଂଶ କରି ଆପଣ ଗ୍ରୀଷ୍ମ ଋତୁରେ ନିଜକୁ ସୁସ୍ଥ ଏବଂ ଥଣ୍ଡା କରିପାରିବେ । ତେବେ ଆସନ୍ତୁ ଜାଣିବା ପୁଦିନା ଖାଇବାର ଲାଭ…

    ୧. ଡିହାଇଡ୍ରେସନ୍ ଦୂର ହେବ : ପୁଦିନା ପାଣି କିମ୍ବା ପୁଦିନା ଚଟଣି ଶରୀରକୁ ଥଣ୍ଡା କରିଥାଏ ଏବଂ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଶରୀରକୁ ହାଇଡ୍ରେଟ୍ ରଖିଥାଏ ।

    ୨. ପାଚନ ତନ୍ତ୍ରକୁ ସୁସ୍ଥ ରଖେ : ପୁଦିନାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମେନ୍ଥଲ ରହିଥାଏ ଯାହା ଗ୍ୟାସ, ଏସିଡିଟି ଏବଂ ବଦହଜମୀ ଭଳି ଅନେକ ରୋଗରୁ ମୁକ୍ତି ଦିଏ । ପେଟ ଯନ୍ତ୍ରଣା ପାଇଁ ପୁଦିନା ଚା’ ମଧ୍ୟ ଖୁବ ପ୍ରଭାବଶାଳୀ ହୋଇଥାଏ ।

    ୩. ଶ୍ୱାସକ୍ରିୟା ସମସ୍ୟାରେ ଆରାମ : ସାଇନସ୍, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟାରେ ମଧ୍ୟ ପୁଦିନା ଲାଭଦାୟକ । ଏହାର ସୁଗନ୍ଧ ଏବଂ ମେନ୍ଥଲ୍ କଫରୁ ମୁକ୍ତ କରିବାରେ ସାହାଯ୍ୟ କରେ, ଯାହା ଶ୍ୱାସକ୍ରିୟାକୁ ସହଜ କରିଥାଏ । ପୁଦିନା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ଅନେକ ସମସ୍ୟାକୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

    ୪. ଚର୍ମ ପାଇଁ ମଧ୍ୟ ଲାଭଦାୟକ : ଗ୍ରୀଷ୍ମ ଋତୁରେ ଚର୍ମରେ ରାସେସ୍, ସନବର୍ଣ୍ଣ କିମ୍ବା ବ୍ରଣ ହେବା ସ୍ୱାଭାବିକ । ଏଥିରୁ ରକ୍ଷା ପାଇବା ପାଇଁ ପୁଦିନା ବହୁତ ଉପଯୋଗୀ ହୋଇଥାଏ । ପୁଦିନା ପେଷ୍ଟ ଲଗାଇବା ଦ୍ୱାରା ଚର୍ମ ଥଣ୍ଡା ରହିଥାଏ ଏବଂ ସଂକ୍ରମଣରୁ ମଧ୍ୟ ମୁକ୍ତି ମିଳିଥାଏ ।

    ୫. ପାଟିର ଦୁର୍ଗନ୍ଧ ଏବଂ ଓରାଲ୍ ହେଲ୍ଥ : ପୁଦିନା ଏକ ନ୍ୟାଚୁରାଲ୍ ମାଉଥ୍ ଫ୍ରେସନର୍ ଭାବରେ କାମ କରେ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଅଛି ଯାହା ମୁଖର ଜୀବାଣୁକୁ ମାରିଦିଏ ଏବଂ ଶ୍ୱାସକୁ ସତେଜ ରଖେ । ଏହା ପାଟିର ଦୁର୍ଗନ୍ଧ ଦୂର କରେ ଏବଂ ଓରାଲ୍ ହେଲ୍ଥରେ ମଧ୍ୟ ଉନ୍ନତି ଆଣେ ।

    ୬. ମୁଡ୍ ବୁଷ୍ଟର୍ ଏବଂ ଷ୍ଟ୍ରେସ ରିଲିଭର୍ : ପୁଦିନାର ବାସ୍ନା ମନକୁ ଥଣ୍ଡା କରିଥାଏ ଏବଂ ଷ୍ଟ୍ରେସ କମ କରିଥାଏ । ଏହା ମୁଡ୍ ବୁଷ୍ଟର୍ ଏବଂ ଷ୍ଟ୍ରେସ ରିଲିଭର୍ ଭାବରେ କାମ କରେ । ଏକ କପ୍ ପୁଦିନା ଚା’ କିମ୍ବା ସରବତ ଆପଣଙ୍କ ସାରା ଦିନର ଥକାପଣ ଦୂର କରିପାରିବ ।

    ତେବେ ଆସନ୍ତୁ ଜାଣିବା କିପରି ସେବନ କରିବେ ପୁଦିନା :-

    ପୁଦିନା ପାଣି କିମ୍ବା ସରବତ ତିଆରି କରି ପିଅନ୍ତୁ । ଦହିରେ ପୁଦିନା ଚଟଣି ମିଶାନ୍ତୁ । ସାଲାଡରେ ପୁଦିନା ପତ୍ର ମିଶେଇପାରିବେ । ପୁଦିନା ଚା’ରୁ ଆପଣଙ୍କ ଦିନର ଆରମ୍ଭ କରନ୍ତୁ । ପୁଦିନା କେବଳ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା’ ନୁହେଁ ଏହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ତେଣୁ ଆପଣ ନିଜ ତ୍ୱଚାରେ ମଧ୍ୟ ପୁଦିନା ପେଷ୍ଟ ଲଗାଇପାରିବେ ଯାହାଦ୍ୱାରା ଆପଣଙ୍କ ଚର୍ମ ଥଣ୍ଡା ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    47 %
    0.8kmh
    6 %
    Tue
    43 °
    Wed
    44 °
    Thu
    44 °
    Fri
    44 °
    Sat
    44 °

    ସମ୍ବନ୍ଧିତ